Odisha news

ବାସ୍ତୁଶାସ୍ତ୍ରବିତ ଙ୍କୁ ଡକ୍ଟରେଟଉପାଧି ପ୍ରଦାନ

0

ବାଲିତୁଠ,୫/୯ ଜ୍ୟେତିଷ ଓ ବାସ୍ତୁଶାସ୍ତ୍ରରେ ଉଚ୍ଚତର ଗବେଷଣା ପାଇଁ,ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ଅନ୍ତର୍ଗତ ଆଲିଗଡ ଗ୍ରାମର ସ୍ଵର୍ଗତ ପଣ୍ଡିତ ପ୍ରଭାକର ନାୟକ (ହରିବୋଲ ବାବା) ଙ୍କ ପୁତ୍ର ମାନସ ନାୟକଙ୍କୁ ସମ୍ମାନ ଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଛି।ଇଣ୍ଟରନ୍ୟାସନାଲ ରେଡିଏସନ ମେଡ଼ିକାଲ ସାଇନସ୍ ଆଣ୍ଡ ଆଷ୍ଟ୍ରୋଲଜି ରିସର୍ଚ୍ଚ ଫାଉଣ୍ଡେସନ,ମଧ୍ୟପ୍ରଦେଶ ପକ୍ଷରୁ ଏହି ଉପାଧୀ ପ୍ରଦାନ କରାଯାଇଛି।ଏହି ଉପଲକ୍ଷେ ପୁରୀଠାରେ ଆୟୋଜିତ ସର୍ବଭାରତୀୟ ସମ୍ମିଳନୀରେ ଏକ ସ୍ଵତନ୍ତ୍ର ଉତ୍ସବରେ, ମୁମ୍ବାଇର ବାସ୍ତୁ ଏକ୍ସପର୍ଟର ମି,ଖୋଜା ଶ୍ରୀ ନାୟକଙ୍କୁ ପି ଏଚ୍ ଡି ମାନପତ୍ର ସହିତ ଜ୍ୟୋତିଷ ଓ ବାସ୍ତୁଶାସ୍ତ୍ରରେ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଛନ୍ତି।ଉତ୍ସବରେ ଗୋଲ୍ଡ ମେଡାଲିଷ୍ଟ ଡ,ସ୍ୱାଗତିକା ପତିଙ୍କ ସମେତ ବହୁ ବିଦ୍ୱାନ ପଣ୍ଡିତ ଉପସ୍ଥିତ ଥିଲେ।ଏଥିପାଇଁ ବାସ୍ତୁଶାସ୍ତ୍ର ବିତ୍ ଶ୍ରୀ ନାୟକଙ୍କୁ,ସମାଜସେବୀ ଡ,ତମିଲ ପ୍ରଧାନ,ଡା,ଦେବଦତ୍ତ ସାମନ୍ତରାୟ,ଅଧ୍ୟାପକ ଧିରେନ ପାତ୍ର,ବାଲିତୁଠ ସରପଞ୍ଚ ପ୍ରଫୁଲ ଦାସ,ବିଭୁ ରଞ୍ଜନ ସାମନ୍ତରାୟ,ଗୌରାଙ୍ଗ ସ୍ୱାଇଁ,ହୃଷୀକେଶ ବିଶ୍ଵାଳଙ୍କ ସମେତ ଏରସମା ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରଯାଇଛି।

Leave A Reply