Odisha news

ପିଡିଏସ ଚାଉଳ ବଣ୍ଟନ ଦୁର୍ନିତୀ ଅଭିଯୋଗ ଆଣିଲା ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ

0

ବାରିପଦା  : ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ସହ ଉକ୍ତ ଦାବିପତ୍ରକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ପାଖକୁ ପଠାଯାଇଛି । ସଂଗଠନ ଦାବି ମୁତାବକ କରୋନା ମହାମାରୀ ଭଳି ଏକ ବିପର୍ଯ୍ୟୟ ପରିସ୍ଥିତିରେ ସରକାରଙ୍କ ପକ୍ଷରୁ ୩ମାସର ଚାଉଳ ବଣ୍ଟନ ପାଇଁ ଘୋଷଣା କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଚାଉଳ ବଣ୍ଟନ କରାଯାଇଥିଲା ।

କିନ୍ତୁ ଦୁଃଖର ବିଷୟ ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତ ପ୍ରତି ୩/୪ଜଣ ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ହେଇଛନ୍ତି । ପ୍ରଶାସନର କୌଣସି ଏକ ଯାନ୍ତ୍ରିକ ତୃଟି ଯୋଗୁଁ ହିତାଧିକାରୀଙ୍କ ନାମ ମେସିନ୍ରେ ନ ବାହାରିବା କାରଣରୁ ସେମାନଙ୍କୁ ଚାଉଳ ଦିଆଯାଇନଥିଲା । ହିତାଧିକାରୀମାନେ ବ୍ଲକ ଯୋଗାଣ ବିଭାଗ ଅଧିକାରୀଙ୍କୁ ଦେଖା କରିବା ସର୍ତ୍ତେ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଚାଉଳ ପ୍ରଦାନ କରାଯାଇନାହିଁ । ଲକ୍ଡାଉନ୍ ୪ମାସ ବିତିବାକୁ ଯାଉଥିଲେ ମଧ୍ୟ ପ୍ରଶାସନ ଏହାପ୍ରତି କୌଣସି ଦୃଷ୍ଟି ଦେଉନାହିଁ ।

ତେଣୁ ଏହି ବାବଦରେ ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନ ଜିଲ୍ଲା ଅଧ୍ୟକ୍ଷ ଧରମରାଜ୍ ହାଁସଦାଃ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ସେ ଦାବି ରଖଛନ୍ତି ଯେ, ତୁରନ୍ତ ବଞ୍ଚିତ ହିତାଧିକାରୀମାନଙ୍କୁ ଚାଉଳ ପ୍ରଦାନ କରାଯାଉ । ସଂଗଠନ ପକ୍ଷରୁ ଜିଲ୍ଲା ଅଧ୍ୟକ୍ଷ ଧରମରାଜ୍ ହାଁସଦାଃଙ୍କ ସମେତ ଉପସଭାପତି ଚନ୍ଦନ ସିଂ, ଉପଖଣ୍ଡ ଉପସଭାପତି ବିରାମ ମୁର୍ମୁ, କାହ୍ନୁ ମହାନ୍ତି ଓ ଠାକୁରଦାସ ସୋରେନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply