Odisha news

ହାତୀଦାନ୍ତ ମୁଲଚାଲ ବେଳେ ମାଡିବସିଲା ବନ ବିଭାଗ : ୩୦ କିଗ୍ରାର ଦୁଇଟି ଦାନ୍ତ ଜବତ, ୧୦ ଗିରଫ

0
ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳରେ ହାତୀଦାନ୍ତ ବିକ୍ରି କରିବାକୁ ଡିଲ କରାଯାଉଥିବାବେଳେ ବନବିଭାଗ ପକ୍ଷରୁ ଚଢଉ କରାଯାଇ ଦୁଇଟି ହାତୀଦାନ୍ତ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୧୦ଜଣଙ୍କୁ ଗିରଫ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ହାତୀ ଦାନ୍ତ କାରବାରକୁ ନେଇ ବନବିଭାଗକୁ ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଥିଲା । ଏହି ଖବର ଅନୁଯାୟୀ ଏସଟିପିଏଫ, ଜେଟିଏଫ ବନକର୍ମଚାରୀ ମାନେ ମିଳିତ ଭାବେ ଯଶିପୁର ଅଞ୍ଚଳରେ ଚଢଉ କରି ହାତୀ ଦାନ୍ତ ଜବତ କରିବା ସହ ସଂମ୍ପୃକ୍ତକୁ ବନବିଭାଗ କାବୁ କରିଥିଲେ । ସୋନଙ୍କ ନିକଟରୁ ୩୦କିଲୋ ୯ଗ୍ରାମର ଦୁଇଟି ବଡ଼ ହାତୀ ଦାନ୍ତ ଜବତ କରାଯାଇଛି । ଏନେଇ ପିସିସିଏଫ ସୁଶାନ୍ତ କୁମାର ନନ୍ଦ ଏକ୍ସ ଯୋଗେ ସେୟାର କରି ସୂଚନା ଦେଇଛନ୍ତି ।
Leave A Reply