ବାରିପଦା : ଜିଆରଏସ ନିଯୁକ୍ତିରେ ଆଦିବାସୀ ବର୍ଗଙ୍କୁ ଉପେକ୍ଷା ପାଇଁ ନେତାମନ୍ତ୍ରୀଙ୍କୁ ଦାୟୀକଲା ଜେଏମଏମ ଯୁବମୋର୍ଚ୍ଚା
ବାରିପଦା : ମୟୂରଭଞ୍ଜ ଡିଆରଡିଏ ପକ୍ଷରୁ ଜିଆରଏସ ପଦବୀ ଏବଂ ଲୋକସଭା ସାନ୍ତାଳୀ ଅନୁବାଦକ ପଦବୀ ନିଯୁକ୍ତିରେ ଆଦିବାସୀ ବର୍ଗଙ୍କୁ ଉପେକ୍ଷା ପ୍ରତିବାଦରେ ମୟୂରଭଞ୍ଜର ନେତା, ମନ୍ତ୍ରୀଙ୍କୁ ଦାୟୀ କରି ଆଜି ଝାରଖଣ୍ଡ ମୁକ୍ତିମୋର୍ଚ୍ଚା ଯୁବମୋର୍ଚ୍ଚା ପକ୍ଷରୁ ସମ୍ବିଧାନ ପ୍ରଣେତା ଡଃ ବି.ଆର ଆମ୍ବେଦକରଙ୍କ ପ୍ରତିମୃର୍ତ୍ତି ସମ୍ମୁଖରେ ପ୍ଲାକାର୍ଡ ଧରି ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ବିରୋଧି ବୋଲି ବିଭିନ୍ନ ସ୍ଲଗାନ ଦେଇ ପ୍ରତିବାଦ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ, ଡିଆରଡିଏ ମୟୂରଭଞ୍ଜ ଅନୁଯାୟୀ ଜିଆରଏସ ପଦ ଏବଂ ଲୋକସଭା ସାନ୍ତାଳୀ ଅନୁବାଦକ ପଦବୀରେ ଆଦିବାସୀଙ୍କୁ ପଦବୀରେ ବାଦ ଦିଆଯାଇଛି । ଏନେଇ ଆଦିବାସୀ ବିଭିନ୍ନ ସଂଗଠନର ପ୍ରତିନିଧି ପ୍ରତିକାର ବ୍ୟବସ୍ଥା ନିମନ୍ତେ ବିଭାଗୀୟ କତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ମୟୂରଭଞ୍ଜ ଜିଲ୍ଲାର ଆତ୍ମଘୋଷିତ ଟାଣୁଆନେତା ବୋଲାଉଥିବା ତଥା ଆଦିବାସୀମାନଙ୍କୁ ଭୂଆଁ ବୋଲାଉଥିବା ନେତାମନାଙ୍କ ସ୍ୱାର୍ଥ ରାଜନୀତି, ଆଦିବାସୀ ମାରଣନୀତି ଯୋଗୁଁ ଶିକ୍ଷିତ ଆଦିବାସୀ ଯୁବକଯୁବତୀ ନିଯୁକ୍ତିରୁ ବଞ୍ଜିତ ହେଉଥିବା ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହି ପ୍ରତିବାଦରେ ଜେଏମଏମ ଯୁବମୋର୍ଚ୍ଚାର ଯୁବନେତା ଅର୍ଜୁନ ମୁର୍ମୁ, ପୃଥିରାଜ ହାଁସଦାଃ, ଶ୍ରୀହରି ହାଁସଦାଃ, ବାଜୁନ ସୋରେନ, ବିଶ୍ୱନାଥ ମୁର୍ମୁ, ଅମିର ମାରାଣ୍ଡି ଓ ଅନ୍ୟ ସଭ୍ୟ ଉପସ୍ଥିତ ଥିଲେ ।