ବାରିପଦା : ବାରିପଦା ସହର କାଳିକାପୁର ୱାର୍ଡନମ୍ବର ୨୪ ଅଞ୍ଚଳରେ ନିର୍ମଳ ବୈଠାଙ୍କ ଘରେ ବୁଧୁବାର ବିଳମ୍ବିତ ରାତି୍ରରେ ଜୁଆ ଖେଳ ଚାଲୁଥିବାବେଳେ ଟାଉନଥାନା ପକ୍ଷରୁ ଅତର୍କୀତ ଚଢଉ କରାଯାଇ ୧୨ଜଣ ଜୁଆଡିଙ୍କୁ ଗିରଫ କରାଯିବା ସହ ୫୦ଟି ବିଅର ବୋତଲ, ତାସପାଲି ଓ ନଗଦ ୧୮ହଜାରଟଙ୍କାରୁ ଉଦ୍ଧ୍ୱର୍ ଟଙ୍କା ଜବତ କରାଯାଇଥିଲା ।
ଘଟଣାରୁ ପ୍ରକାଶ ଯେ, ବାରିପଦା ଟାଉନଥାନା ପକ୍ଷରୁ ପେଟ୍ରୋଲିଂ ଚାଲିଥିବାବେଳେ ଏକ ବିଶେଷସୁତ୍ରରୁ ଖବର ପାଇ ଅତର୍କୀତ ଚଢଉ କରାଯାଇ କାଳିକାପୁର ଅଞ୍ଚଳର ନାରାୟଣ ଦେ(୪୦), ନିଲୁ ମୁଖୀ(୧୯), ତରୁଣ ପାଲ(୨୭),କାଳୁ ମୁଖୀ(୧୯), ମିଥୁନ ମୁଖୀ(୨୪), ଜିତେନ୍ଦ୍ର ବେହେରା(୩୩), ନିର୍ମଳ ବଇଠା(୩୦), ପବନା ମୁଖୀ(୨୦), ମଧୁବନ ଅଞ୍ଚଳର ସଞ୍ଜୟ ସିଂ(୧୯), ବିଜୟ ସିଂ(୨୧), ବାପି ଦେ(୩୦) ଓ ଢିପାସାହି ଅଞ୍ଚଳର ଦିଲ୍ଲିପ ପାଲ(୨୪) ପ୍ରମୁଖଙ୍କୁ ଗିରଫ କରାଯାଇଥିଲା । ଏନେଇ ବାରିପଦା ଟାଉନଥାନାରେ ୪୫୩/୨୦ ଓ ୪୫୪/୨୦ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିଲା । ଏହି ଚଢଉ ବାରିପଦା ଟାଉନଥାନା ଅଧିକାରୀ ନିରଞ୍ଜନ ସେନାପତିଙ୍କ ନିଦେ୍ର୍ଦଶରେ ସବ୍ଇନ୍ସପେକ୍ଟର ରଞ୍ଜନ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲା ।
