Odisha news

ଏମ୍ପିସି କଲେଜ ପ୍ଲାଟିନମ ଜୁବୁଲୀ ମହୋସôବକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ : କଲେଜରେ ଅଡିଟୋରିୟମ ନିର୍ମାଣ ପାଇଁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

0

ବାରିପଦା  : ରାଜ୍ୟର ସର୍ବଶ୍ରେଷ୍ଠ କଲେଜ ତଥା ସର୍ବପୁରାତନ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ପ୍ଲାଟିନମ ଜୁବୁଲୀ ମହୋସôବ ତକତପୁର ସ୍ଥିତ ଏମ୍ପିସି ସ୍ୱୟଂଶାସିତ କଲେଜ ପରିସରରେ ମହାସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଏମ୍ପିସି କଲେଜରେ ଏକ ଉନ୍ନତମାନର ଅଡିଟୋରିୟମ ନିର୍ମାଣ ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ବିପର୍ଯ୍ୟୟ ପ୍ରସମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ମହୋସôବରେ ପଣ୍ଡିତ ତନ୍ମୟ କୁମାର ତ୍ରିପାଠୀଙ୍କ ବେଦମନ୍ତ୍ର ପାଠ ଓ ଶାନ୍ତନୁ ସିଂ ଓ ତାଙ୍କ ଟିମ୍ଙ୍କ ପ୍ରାରମ୍ଭିକ ସଂଗୀତ ଗାନ ପରେ କଲେଜର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ସ୍ୱାଗତ ଭାଷଣ ଓ ବିବରଣୀ ପାଠ ପରେ ଏହି ଐତିହ୍ୟ ସମ୍ପର୍ଣ୍ଣ ମହାବିଦ୍ୟାଳୟର ଦିବଂଗତ ପୁରାତନ ଛାତ୍ରଛାତ୍ରୀ ଓ ୧୯୪୮ ମସିହାର ପ୍ରଥମବର୍ଷର କୃତୀ ଛାତ୍ର ବସନ୍ତ କୁମାର ଦାସଙ୍କ ଅମରଆତ୍ମାର ସଦ୍ଗତି ପାଇଁ ନୀରିବ ପ୍ରାର୍ଥନା ପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚାୟତରାଜ୍ ଓ ପାନୀୟଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି କଲେଜ ସହିତ ତାଙ୍କର ପୁରାତନ ସ୍ମୃତି ଉଲ୍ଲେଖ କରିବା ସହିତ ଛାତ୍ର ସମାଜକୁ ଆଗାମୀ ଦିନରେ ସଫଳତା ପାଇଁ ଆହ୍ୱାନ ଦେଇଥିଲେ । ଏହି ଉସôବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗଦେଇ ଆଗାମୀ ଦିନରେ କଲେଜ ପରିସରରେ ପୌରପରିଷଦ ପକ୍ଷରୁ ଏକ ସୁନ୍ଦର ପାର୍କ ନିର୍ମାଣ କରାଯିବ ବୋଲି ମତ ରଖିଥିଲେ । ଏହି ଅବସରରେ ଏମ୍ପିସି ଅଟୋ କଲେଜ ଗଭର୍ଣ୍ଣିଂବଡି ସଭାପତି ମେଜର ଡଃ କଳ୍ପନା ଦାସ, ପୁରାତନ ଛାତ୍ର ସଂସଦ ସଭାପତି ଡଃ ବିଜୟ କୁମାର ଅଗ୍ରୱାଲ, ପ୍ଲାଟିନମ ଜୁବୁଲୀ କମିଟିର ମୁଖ୍ୟ ପୁରୋଧା ଓ ସଂଯୋଜକ ପ୍ରିତିଷ ବସା ଏବଂ ସମ୍ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ ମତ ରଖିଥିଲେ । ଏହି ଅବସରରେ ଅନ୍ୟତମ ବୟୋଜ୍ୟେଷ୍ଠ ପ୍ରଥମ ବର୍ଷର ପୁରତାନ ଛାତ୍ର ହରନାରାୟଣ ମିଶ୍ରଙ୍କୁ ପ୍ରବୀଣ ଶିକ୍ଷାବିତ୍ ଓ ସାରସ୍ୱତ ସାଧକ ଭାବେ ତାଙ୍କର ଜୀବନବ୍ୟାପୀ ଅବଦାନ ଓ ବହୁମୁଖୀ ପ୍ରତିଭାକୁ ସମ୍ମାନ ଜଣାଇ ମାନପତ୍ର, ଉପଢୌକନ ଓ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ତଥା ଓଡିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଲେଖକ, ଅଭିନେତା, ନିଦେ୍ର୍ଦଶକ ଚିନ୍ମୟ ଦାସପଟ୍ଟନାୟକ ସଂଯୋଜନା କରିଥିବାବେଳେ ପୁରାତନ ଛାତ୍ର ସଂସଦ ସମ୍ପାଦକ ବିପ୍ଲବ ବୁଗୁଡେଇ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୭୫ବର୍ଷର ସ୍ମୃତୀ ର ପ୍ରତୀକ ରତ୍ନଗର୍ଭା, ସ୍ମରଣିକା କମିଟିର ଅଧ୍ୟକ୍ଷ ଡଃ ମୋହିତ କୁମାର ଷଡଙ୍ଗୀ ଓ ମୁଖ୍ୟ ସମ୍ପାଦକ ଡଃ ସୁଶାନ୍ତ କୁମାର ବସାଙ୍କ ଉପସ୍ଥିତିରେ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପରେ ପରେ ବିଭିନ୍ନ ରାଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।

Ad2
Leave A Reply