ବାରିପଦା : ଜିଲ୍ଲା କଂଗ୍ରେସ, ସିପିଆଇ, ସିପିଏମ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ରେଳ ଚଳାଚଳ ସମ୍ବନ୍ଧରେ ଜନଦାବି ଗୁଡିକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ବାରିପଦା ଷ୍ଟେସନ ମ୍ୟାନେଜରଙ୍କ ଜରିଆରେ ପ୍ରଦାନ କରିଥିଲେ । ଇଣ୍ଡିଆ ମେଣ୍ଟ ମୟୂରଭଞ୍ଜ ପକ୍ଷରୁ ଜିଲ୍ଲାରେ ରେଳ ଚଳାଚଳ ନିମନ୍ତେ ଜନଦାବି ଗୁଡିକ ଯଥାକ୍ରମେ ଭଞ୍ଜପୁର-ବାଙ୍ଗିରିପୋଷି-ରୁପ୍ସା ଚାଲୁଥିବା ଡିଏମୟୁ ଟ୍ରେନକୁ ପୂର୍ବଭଳି ବାଲେଶ୍ୱର ପର୍ଯ୍ୟନ୍ତ ଚଲାଯାଉ, ମାତ୍ରାଧିକ ବସ ଭଡାରୁ ତ୍ରାହି ପାଇବା ପାଇଁ ରାତ୍ରିକାଳିନ ଏକ ଟ୍ରେନ ବାଙ୍ଗିରିପୋଷିରୁ ପୁରୀ ପର୍ଯ୍ୟନ୍ତ ଦୈନିକ ଚଲାଯାଉ, ବାଙ୍ଗିରିପୋଷିରୁ ପୁରୀ ଚାଲୁଥିବା ଦୈନିକ ଟ୍ରେନରେ ସାଧାରଣ ବଗି ସଂଖ୍ୟା ଅଧିକ କରାଯାଉ, ବ୍ୟବସାୟିକ ଦୃଷ୍ଟି କୋଣରୁ ଦୈନିକ ବାଙ୍ଗିରିପୋଷିରୁ କଲିକତା ଟ୍ରେନ ଚଲାଯାଉ ଆଦି ବିଭିନ୍ନ ଦାବି କରାଯାଇଥିଲ । ଏହାର ଏକାକିତ ନକଲ ଖରଗପୁର ଏସ.ଇ ରେଲୱେଙ୍କ ନିମନ୍ତେ ପ୍ରେରଣ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ପକ୍ଷରୁ ଶାନ୍ତନୁ ପାଲ, ନିର୍ମଳ ପ୍ରଧାନ, ବୁଧୁରାମ ସିଂ, ସିପିଆଇ ପକ୍ଷରୁ ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସଂଜିବ ବଳ, କ୍ଷିତିଶ ସାସମଲ, ଶ୍ରୀକାନ୍ତ ସାମଲ, ସୁଦର୍ଶନ ରାଉଳ, ସିପିଏମ ପକ୍ଷରୁ ରବି ଗୋସ୍ୱାମୀ, ଅମଲ ଦେ, ରଘୁନାଥ ପଣ୍ଡା, ଅଶୋକ ଭଞ୍ଜଦେଓ, ଗଙ୍ଗାଧର ସାମଲ, ସୁବାସ ତ୍ରିପାଠୀ, କାର୍ତ୍ତିକ ମହାନ୍ତ, ଚିତ୍ତରଞ୍ଜନ ମହାନ୍ତ, କାହ୍ନୁଚରଣ ବେହେରା, ମହେଶ୍ୱର ବେହେରା, ପ୍ରଶନ୍ନ ପାତ୍ର ଓ କାମେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।