ବାରିପଦା : ଭୁବନେଶ୍ୱର ସ୍ଥିତ ଉକôଳ କରାତେ ସ୍କୁଲ ପରିସରରେ ୨୧ ରୁ ୨୪ତାରିଖ ପର୍ଯ୍ୟନ୍ତ ଚାଲିଥିବା ୧୩ତମ ଓପନ୍ ଜାତୀୟ କରାତେ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ଏହି ପ୍ରତିଯୋଗିତାଟି ଶୁକୋ କାଇ କରାତେ ଡୁ ଆସୋସିଏସନ୍ ର ସମ୍ପାଦକ ହାନସି ଡଃ ହରି ପ୍ରସାଦ ପଟ୍ଟନାୟକ ଆୟୋଜିତ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ,ବାଳିକା କତା ଓ କୁମିତେରେ ପ୍ରତିଯୋଗୀ ଭାବରେ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ମୟୂରଭଞ୍ଜ କରାତେ ଡ ଆସୋସିଏସନ୍ରୁ ସିହାନ୍ ସୁଶାନ୍ତ ବାରିକଙ୍କ ପ୍ରଶିକ୍ଷଣରେ ୧୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିମଧ୍ୟରୁ ୨୧ବର୍ଷ ବୟସ କେଟାଗରିରେ ସଞ୍ଜୟ ସାହୁ କୁମିତେରେ କାଂସ୍ୟ ପଦକ, ୧୬ବର୍ଷରେ ସାଇ ସୁନ୍ଦର ବାରିକ କାତାରେ କାଂସ୍ୟ ପଦକ ଓ କୁମିତେରେ କାଂସ୍ୟ ପଦକ, ୧୫ବର୍ଷ ବୟସରେ ଅଂଶୁମାନ୍ ଗିରି କାତାରେ କାଂସ୍ୟ ପଦକ, ଜିଜ୍ଞାସା ବସୁରି ୯ବର୍ଷ ବୟସ କେଟାଗରିରେ କାଂସ୍ୟ ପଦକ, ଜୟଦୀପ ମହାନ୍ତ ୮ବର୍ଷ ବୟସ କେଟାଗରିରେ କୁମିତେରେ ରୌପୀୟ ପଦକ ଓ କାତାରେ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ସଫଳତା ପାଇଁ ଗୀରିଶଚନ୍ଦ୍ର ଦାସ, କରୁଣାକର ହେମ୍ରମ ଓ ସୌମ୍ୟରଞ୍ଜନ ମିଶ୍ର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।