Odisha news

ଆଦିବାସୀ ଗୀତର ତାଳେ ତାଳେ କିସ ଛାତ୍ରୀଙ୍କ ସହ ନାଚିଲେ ଜେନିଫାର

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ବାରିପଦା ସ୍ଥିତ ଆଦାନୀ କିସ୍ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ୟୁଏସ୍ କୋନସୋଲ ଜେନେରାଲ ହାଇଦ୍ରାବାଦ୍ ଜେନିଫାର ଲାର୍ସନ୍ । ଜେନିଫାର ୨ଦିନିଆ ମୟୂରଭଞ୍ଜ ଜିଲ୍ଲାଗସ୍ତରେ ଆସି ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବା ପରେ ବାରିପଦା ବାଙ୍କିଶୋଳ ସ୍ଥିତ କିସ୍ ଆବାସିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ସକାଳ ୮ଟା ୧୫ମିନିଟ ସମୟରେ କିସ୍ କ୍ୟାମ୍ପସ ପହଁଚିଥିଲେ ଜେନିଫାର । ତାଙ୍କୁ କିସ୍ ଛାତ୍ରୀ ମାନେ ଭବ୍ୟ ସମ୍ବର୍ଦ୍ଧନା ସହିତ ପାଛୋଟି ନେଇଥିଲେ । ପାରମ୍ପାରିକ ଆଦିବାସୀ ନୃତ୍ୟ ସଂଗୀତ ମାଧ୍ୟମରେ ସ୍ୱାଗତ କରିଥିଲେ କୁନି କୁନି ଛାତ୍ରୀ ମାନେ । ଯାହାକୁ ଖୁବ୍ ଉପଭୋଗ କରିଥିଲେ ୟୁଏସ୍ କୋନସୋଲ ଜେନେରାଲ ଜେନିଫାର ଲାର୍ସନ୍ । ଏପରିକି ଆଦିବାସୀ ଗୀତର ତାଳରେ ଛାତ୍ରୀଙ୍କ ସହ ଝୁମିଥିଲେ ଜେନିଫର । ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷରୁ ୟୁଏସ୍ କୋନସଲ ଜେନେରାଲଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ପରେ ପରେ ବାରିପଦା କିସ କ୍ୟାମ୍ପସ ବୁଲି ଦେଖିବା ସହ ଛାତ୍ରୀ ମାନଙ୍କ ସହ ସମୟ ବିତାଇଥିଲେ ଜେନିଫାର । ଛାତ୍ରୀମାନଙ୍କୁ ଏଭଳି ସୁନ୍ଦର ପରିବେଶରେ ପାଠ ପଢିବାର ସୁଯୋଗ ଯୋଗାଇ ଥିବାରୁ ଡଃ ଅଚୁ୍ୟତ ସାମନ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ଜେନିଫାର । ଏଭଳି ସବୁଜ ସୁନ୍ଦର ଶୈଖିକ ପରିବେଶ ଦେଖି ମୁଗ୍ଧ ହୋଇଥିଲେ ୟୁଏସ୍ କୋନସୋଲ ଜେନେରାଲ ଜେନିଫାର ଲାର୍ସନ୍ । ଦୀର୍ଘ ଅଧଘଣ୍ଟା ଛାତ୍ରୀ ମାନଙ୍କ ସହ ବିତାଇବା ପରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ ୟୁଏସ୍ କୋନସୋଲ ଜେନେରାଲ ଜେନିଫାର ଲାର୍ସନ୍ । ବାରିପଦା କିସ୍ କ୍ୟାମ୍ପସ ବୁଲି ଦେଖିବା ଅନୁଭୁତି ବେସ୍ ନିଆରା ବୋଲି କହିଛନ୍ତି ୟୁଏସ୍ କୋନସୋଲ ଜେନେରାଲ ଜେନିଫାର ଲାର୍ସନ୍ । ଏହି ଅବସରରେ କିସ ଛାତ୍ରୀମାନେ ଜେନିଫାରଙ୍କ ଏକ ଚିତ୍ରଙ୍କନ ତାଙ୍କୁ ପ୍ରଦାନ କରିଛନ୍ତି । ଯାହାକୁ ବହୁତ ଆଗ୍ରହ ସହ ଗ୍ରହଣ କରିଛନ୍ତି ୟୁଏସ କୋନସଲ ଜେନେରାଲ । କିସ ଆରଆଇଏସ ଉପନିଦେ୍ର୍ଦଶକ ଅପ୍ରିତିମ ତିୱାରୀ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କିସ ଆରଆଇଏସ ଉପନିଦେ୍ର୍ଦଶକ ଶ୍ୱେତା କୋସିଟ୍ଟା ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗଣେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କିସ ନୋଡାଲ ଅଧିକାରୀ ସତ୍ୟବ୍ରତ ଦାସ, ଅତିରିକ୍ତ ଉନ୍ନୟନ ଅଧିକାରୀ ସ୍ମୃତିରଞ୍ଜନ ରାୟ, ଲୋକ ସମ୍ପର୍କ ଅଧିକାରୀ ସତ୍ୟଜିତ ସୋମ ପ୍ରମୁଖ ସହଯୋଗ କରିଛନ୍ତି ।

Govt
Leave A Reply