Odisha news

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ” ପାଳିତ

0
ବାରିପଦା : ଆଜି ‘ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ’ ଅବସରରେ ଉତ୍ତମ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଓ ମାନସିକ ସୁସ୍ଥତାର ସୁରକ୍ଷା ତଥା ଯନô ନେବା ପାଇଁ ଏହି ଦିବସ ଚାରିଆଡେ ପାଳନ କରାଯାଉଛି । ମଣିଷ ଶରୀରର ସାମଗ୍ରିକ କାର୍ଯ୍ୟ ପାଇଁ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଆଧୁନିକ ଦୁନିଆରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ କଥା, କିନ୍ତୁ ଏହା ଏବେ ବି ସମାଜରେ କଳଙ୍କ ସହ ଜଡ଼ିତ ହୋଇରହିଛି । ଏହି ଦିବସ ପାଳନର ଅନ୍ୟତମ ଉଦେ୍ଦଶ୍ୟ ହେଉଛି ସାରା ବିଶ୍ୱରେ ସମସ୍ତଙ୍କ ପାଖରେ ମାନସିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା । ଏହି ପରିପ୍ରେକ୍ଷୀରେ ବାରିପଦା ସ୍ଥିତ ସମନ୍ୱିତ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସକାଳୁ ଏକ ର୍ୟାଲି ବାହାରି ସହର ପରିକ୍ରମା କରିବା ସହ ମୟୂରଭଞ୍ଜ ନର୍ସିଂ କଲେଜ ଓ ସରକାରୀ ମହିଳା ମହାବିଦ୍ୟାଳର ଛାତ୍ରୀମାନଙ୍କ ଦ୍ୱାରା ସଚେତନତା ପାଇଁ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଦେଶରେ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାର ନିରାକରଣ ପାଇଁ ନିରାକରଣ ପାଇଁ ସମସ୍ତେ ଆଗକୁ ଆସିବା ଦରକାର ବୋଲି ମତପ୍ରକାଶ ପାଇଥିଲା । ପ୍ରକୃତ ଚିକିତ୍ସା ହୋଇପାରିଲେ ଏହାର ନିରାକରଣ ସୁନିଶ୍ଚିତ, ଏଥିପାଇଁ ଜନଜାଗରଣ ଆବଶ୍ୟକ ବୋଲି ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଡିଏମଓ ଡାଃ ରୂପଭାନୁ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ପ୍ରଚାର ଅଧିକାରୀ ବିଶିକେଶନ ମହାପାତ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଘାଷିରାମ ମୁର୍ମୁ, ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡଃ ଜ୍ଞାନେନ୍ଦ୍ର ମହାନ୍ତି, ପିଆରଏମ୍ ମେଡିକାଲ କଲେଜର ସାଇକିଆଟ୍ରିକ ବିଭାଗର ଏଚ୍ଓଡି ଡାଃ ଅଶ୍ରୁମୋଚନ ସାହୁ, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରୋଗ୍ରାମ ଅଫିସର ଡାଃ ପ୍ରଦୀପ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ପାଇଁ ରଚନା, ଚିତ୍ରାଙ୍କନ, କୁଇଜ, ପୋଷ୍ଟର ତିଆରି ଇତ୍ୟାଦିର ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

Leave A Reply