ବାରିପଦା : ବରିଷ୍ଠ କବି ହରନାରାୟଣ ମିଶ୍ରଙ୍କ ଲିଖିତ କବିତା ପୁସ୍ତକ ଶୁଭ୍ରଜିତ ଉନ୍ମୋଚିତ ହୋଇଛି । ବତିମଟି କବିତା ଉକ୍ତ ପୁସ୍ତକରେ ସାନିତ । କବି ମିଶ୍ରଙ୍କ ରଚିତ ୩୯ଟି ପୁସ୍ତକ ଇତି ମଧ୍ୟରେ ପ୍ରକାଶିତ ହୋଇଥିବାବେଳେ ଉକ୍ତ ପୁସ୍ତକଟି ତାଙ୍କ ଲେଖନୀର ପଦଯାତ୍ରା ସଂକଳନର ୨୯ତମ ସଂସ୍ମରଣ । ଅନ୍ୟାନ୍ୟ ପୁସ୍ତକ ଭଳି ଶୁଭ୍ରଜିତ୍ ନିଶ୍ଚିତ ଭାବେ ପାଠକୀୟ ସ୍ୱୀକୃତ ଲାଭ କରିବା ବୋଲି ମତପ୍ରକାଶ ପାଇଛି । ଅନୁଷ୍ଠିତ ଉନ୍ମୋଚିତ ସମାରୋହରେ ଯୁବକବି ତଥା ବାରିପଦା ଗୋପବନ୍ଧୁ ସାହିତ୍ୟ ସଂସଦର ସମ୍ପାଦକ ଅମିତାଭ ମିଶ୍ର ସଭାପତିତ୍ୱ କରିଥିଲେ । ଅତିଥି ଭାବେ ବାରିପଦା ସ୍ଥିତ ଉକôଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ରଫେସର ଡଃ ସରୋଜ ନାୟକ, ବେତନଟୀ ମହାବିଦ୍ୟାଳୟର ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀନିବାସ ଭଞ୍ଜ ଓ ସୁସାହିତି୍ୟକ ତଥା ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ସୁଶାନ୍ତ କୁମାର ବସା ଓ ବିଶିଷ୍ଟ ଗାଳ୍ପିକ ଧନେଶ୍ୱର ପଣ୍ଡା ଯୋଗ ଦେଇଥିଲେ ।