ବାରିପଦା : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କାର ଓ ବାଇକ୍ ଆରୋହି । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା ସହର ଉପକଣ୍ଠ ଦାମୋଦରପୁର ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, କାର ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହି ସମେତ କାର ଚାଳକ ଓ ଚାରି ଯାତ୍ରୀ ଗୁରୁତର । ଏହି ୭ଜଣ ଗୁରୁତରଙ୍କୁ ବାରିପଦା ପିଆରଏମ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଏକ ଘଟଣା ଘଟିଯାଇଛି ବାରିପଦା ସହର ଉପକଣ୍ଠ ଦାମୋଦରପୁର ଅଂଚଳରେ । ସୂଚନାଯୋଗ୍ୟ କୁଳିଅଣା ପଟୁ ଆସୁଥିବା ଏକ ମାରୁତି ଡିଜାୟର କାର ଯୋଗେ ଡ୍ରାଇଭର ସମେତ ୪ଯାତ୍ରୀ ବାରିପଦା ଆସୁଥିବା ସମୟରେ ବାରିପଦାରୁ ଦାମୋଦରପୁର ଯାଉଥିବା ଦୁଇବାଇକ୍ ଆରୋହିଙ୍କ ଗାଡି ମୁହାଁ ମୁହିଁ ଧକ୍କା ହୋଇଥିଲା । ଭୟଙ୍କର ଦୁର୍ଘଟଣାରେ ବାଇକଟି ଭାଙ୍ଗି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ମାରୁତି କାରଟି ମଧ୍ୟ ଭାଙ୍ଗି ଯାଇଛି । ଭଗବାନଙ୍କ କୃପାରୁ ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ ମୃତୁ୍ୟ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।
