Odisha news

ବାରିପଦା : ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରସ୍ତୁତି ବୈଠକ

0

ବାରିପଦା  : ବାରିପଦା ଷ୍ଟେସନବଜାର ସ୍ଥିତ ସିଟୁର ଜିଲ୍ଲା କାର୍ଯ୍ୟାଳୟରେ ମିଳିତ ଟ୍ରେଡ୍ ୟୁନିୟନ ଓ ମହାସଂଘ ମାନଙ୍କ ଡକରାରେ ଆସନ୍ତା ଜୁଲାଇମାସ ୩ତାରିଖ ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ନିମନ୍ତେ ସାମାଜିକ ଦୂରତା ବଜାଇ ରଖି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ୮ଦଫା ଦାବି ଯଥାକ୍ରମେ ଶ୍ରମଆଇନ୍ ସଂଶୋଧନ ଓ ଶ୍ରମ କୌର୍ଡ ବାତିଲ କରାଯାଉ, ଦୈନିକ କାର୍ଯ୍ୟ ସମୟ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି ଆଦେଶ ବାତିଲ କରାଯାଉ, ଆୟକର ଦେଉନଥିବା ସମସ୍ତ ପରିବାରଙ୍କୁ ମାସକୁ ୭ହଜାର୫ଶହ ଟଙ୍କା ଲେଖାଏଁ ୬ମାସର ଅର୍ଥ ପ୍ରଦାନ କରାଯାଉ, ପ୍ରବାସୀ ଶ୍ରମିକ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୬ମାସ ପର୍ଯ୍ୟନ୍ତ ମାଗଣାରେ ମାସକୁ ୧୦କିଲୋଗ୍ରାମ ଚାଉଳ/ଗହମ ଦିଆଯାଉ, ପ୍ରବାସୀ ଶ୍ରମିକଙ୍କ ସମେତ ସମସ୍ତ ଶ୍ରମିକଙ୍କୁ ବର୍ଷକୁ ୨୦୦ ଦିନ କମ ଓ ଦୈନିକ ମଜୁରି ୬ଶହଟଙ୍କା ହିସାବରେ ଦିଆଯାଉ, ରାଷ୍ଟ୍ରାୟତ ଶିଳ୍ପର ଅଂଶଧନ ବିକ୍ରି ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରାଯାଉ, କେନ୍ଦ୍ର ଓ ରାଜ୍ୟସରକାରୀ କର୍ମଚାରୀ ଓ ପେନସନର ମାନଙ୍କର ମହାର୍ଘଭତା ପ୍ରଦାନ କ୍ଷେତ୍ରରେ ଥିବା କଟକଣା ଉଠାଇ ଦିଆଯାଉ ଓ ଠିକାଚାଷୀ ଅଧ୍ୟାଦେଶ ଓ ଅତ୍ୟାବସକିୟ ଦ୍ରବ୍ୟ ସଂଶୋଧନ ଆଧ୍ୟାଦେଶ ବାତିଲ କରାଯାଉ ବୋଲି ଦାବି କରାଯାଇଛି ।

ଉକ୍ତ ବୈଠକ ପୂର୍ବତନ ବିଧାୟକ ଶମ୍ଭୁ ନାୟକଙ୍କ ସଭାପତିତ୍ୱରେ ଆଇଏନଟିୟୁସିର ଭୂବନ ସାହୁ, ଏଆଇଟିୟୁସିର ଜଗବନ୍ଧୁ ମିଶ୍ର, କାହ୍ନୁଚରଣ ବେହେରା, ସିଟୁର ରବି ଗୋସ୍ୱାମୀ, ଅମଲ ଦେ, ଏଚଏମଏସର ସିନଗଲତା ମାଝି, ଏଆଇୟୁଟିୟୁସିର ପିତାମ୍ବର ନାୟକ, ପ୍ରକାଶ ମଢେଇ, ବସନ୍ତ ପଟ୍ଟନାୟକ, ମୟୂରଭଞ୍ଜ ନିର୍ମାଣ ଶ୍ରମିକସଂଘ ସମିତିର ହେମଲତା ମିଶ୍ର ଓ ସଞ୍ଜୀବ କୁମାର ଦାଶ ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।

Nalco
Leave A Reply