Odisha news

ବୁଢାରାଉଳ ମଠ ପୂଜକ ବିଜୟ ଦାଶଙ୍କ ବିୟୋଗରେ ଶୋକସଭା

0

ବାରିପଦା  : ରାଜ୍ୟବ୍ରାହ୍ମଣ ମହାସଭା ମୟୂରଭଞ୍ଜ ଶାଖା ପକ୍ଷରୁ ସ୍ୱର୍ଗତଃ ବିଜୟ କୁମାର ଦାଶଙ୍କ ଅକାଳ ବିୟୋଗରେ ଏକ ଶୋକସଭା ମହାସଭାର ସଭାପତି ଡଃ ମହାଦେବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୁଢାରାଉଳ ମଠ ପରିସରରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ମହାସଭାର ସାଧାରଣ ସମ୍ପାଦକ ଭାଗବତ ପଣ୍ଡା ଦିବଂଗତ ତାଙ୍କର ଶୁଦ୍ଧ ମନ୍ତ୍ରୋଚାରଣ ଓ ସମର୍ପଣାତ୍ମକ ଭାବନା ପାଇଁ ସେ ସମସ୍ତ ଜଜମାନ ମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ । ଜଣେ ସରଳ ଓ ନିରାଡମ୍ବରବ୍ୟକ୍ତି ଭାବରେ ତାଙ୍କର ବାରିପଦା ସହରରେ ଖ୍ୟାତି ରହିଥିଲା । ତାଙ୍କର ଅକାଳ ବିୟୋଗ ଯୋଗୁଁ କର୍ମକାଣ୍ଡ କ୍ଷେତ୍ରରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସଭାପତି ଡାଃ ଦାଶ ତାଙ୍କ ଅଭିଭାଷଣରେ ସ୍ୱର୍ଗତଃ ଦାଶଙ୍କ ରୁଦ୍ରାଭିଷେକ ଅତ୍ୟନ୍ତ ଉସôାହଜନକ ବୋଲି କହିବା ସହିତ ତାଙ୍କ ଅମରଆତ୍ମା ପ୍ରତି ଶ୍ରଦ୍ଧାନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୁତପ୍ରସାଦ ମହାପାତ୍ର, ଦୋଳଗୋବିନ୍ଦ ଦାଶ, ସୁଦର୍ଶନ ଦ୍ୱିବେଦୀ, ସାରଥି ଦାଶ, ସୁରେଶ କୁମାର ପାଣିଗ୍ରାହୀ, ବିଭୂତି ଭୂଷଣ ମିଶ୍ର, ସିଦେ୍ଧଶ୍ୱର ଶତପଥୀ, ସୁଶାନ୍ତ କୁମାର ଦାଶ, ରାକେଶ କୁମାର ଦ୍ୱିବେଦୀ, ସମ୍ବିତ କୁମାର ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ସିଲେକ୍ସନ ମିଶ୍ର, କ୍ଷିତିଶଚନ୍ଦ୍ର ପଣ୍ଡା, କମଳ ଲୋଚନ ପଣ୍ଡା, ସୂର୍ଯ୍ୟନାରାୟଣ ଦାଶ, ମାନସ କୁମାର ଦାଶ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ତାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Nalco
Leave A Reply