ଆଠଗଡ଼ ତା ୨୯/୯/୨୨ ଆଠଗଡ଼ ସ୍ୱାଧିନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱାଧିନତା ସଂଗ୍ରାମର ଓଡ଼ିଶାର ଅବଦାନ ଓ ଗାନ୍ଧୀ ଙ୍କ କଥା ପ୍ରସାର ପଚାର ସହିତ ଏହି ସ୍ମୃତି କୁ ଜନମାନସରେ ଉଜ୍ଜୀବିତ ରଖିବା ପାଇଁ ଓଡ଼ିଶା ସରକାର ଅହିଂସା ରଥ ପରିଭ୍ରମଣ ପରିପ୍ରେକ୍ଷୀରେ ଗୁରୁବାର ଦିନ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମଞ୍ଚେ ଶ୍ୱର ପଞ୍ଚାୟତ ପାଇକେରାପୁର ଠାରେ ସ୍ୱାଗତ କରିଥିଲେ।ପରେ ଏକ ଭବ୍ୟ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରି ଆଠଗଡ଼ ରେ ଥିବା ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିଥିଲେ। ସେଠାରେ ହୋଇ ଥିବା ଏକ ସମ୍ବର୍ଦ୍ଧନା ସଭାରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଖିଳ ଭାରତୀୟ ଗାନ୍ଧୀ ପ୍ରତିଷ୍ଠାନ ର ଆବାହକ ଡ଼ଃ ବିଶ୍ଵଜିତ ଏବଂ ଓଡ଼ିଶା ସର୍ବୋଦୟ ମଣ୍ଡଳର ମିହିର ପ୍ରତାପ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ବିଡ଼ିଓ ଅରୁଣ କୁମାର ଦାସ, ତହସିଲଦାର ପ୍ରିୟବ୍ରତ ଦାସ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଏନ୍ ଏ ସି ଉପାଧ୍ୟକ୍ଷ ବି ଶୁଭ୍ର ଶଙ୍କର ଜ୍ୟୋତି ଅତିଥି ଭାବେ ଯୋଗ ଦେଇ ନିଜ ଵକ୍ତଵ୍ୟ ରଖିଥିଲେ। ଆଠଗଡ଼ ଏନ୍ ଏ ସି ଅଧ୍ୟକ୍ଷା ସସ୍ମିତା ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସତ୍ୟ ପ୍ରକାଶ ରଥ ପରିଚାଳନା କରିଥିବା ବେଳେ ଆଠଗଡ଼ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଆଲେଖ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
