Odisha news

ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ବନମହଶ୍ଚବ ପାଳିତ

0

ବାରିପଦା  : ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ବନମହୋସôବ ଅବସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏତ୍ଦବ୍ୟତୀତ ମହାବିଦ୍ୟାଳୟର ଏନଏସଏସର କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳ, ଡଃ ପ୍ରିୟବ୍ରତ ବେହେରା, ରଞ୍ଜନା ରାଣୀ ସିଂ, କ୍ରୀଡା ଶିକ୍ଷକ ସତ୍ୟନାରାୟଣ ବାରିକ୍ ଏହି କାର୍ଯ୍ୟକ୍ରମକୁ ଏନଏସଏସର ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ସମ୍ପାଦନ କରିଥିଲେ । ପରିବେଶର ସୁରକ୍ଷା ପାଇଁ ଅନେକ ସ୍ୱେଚ୍ଛାସେବୀ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମଟି ଜାତୀୟ ସେବା ଯୋଜନାର ମୁଖ୍ୟ ସ୍ୱେଚ୍ଛାସେବୀ ଆର୍ଦଶ କୁମାର ରାଉତର ତତ୍ତ୍ୱାବଧାନରେ ସୂଚାରୁ ରୂପେ ପାଳିତ ହୋଇଅଛି ।

Nalco
Leave A Reply