ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍କିଶୋଳ ଲ୍ୟାମ୍ପ୍ସର ସଭାପତି ଭାବେ ଲକ୍ଷ୍ମଣ କୁମାର ସୋରେନ୍ କାର୍ଯ୍ୟଭାର ଗ୍ରହଣ କରିବା ସହ ବର୍ତ୍ତମାନ ଠାରୁ ସମିତିର ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ, ଚାଷୀ ସଭ୍ୟ ମାନଙ୍କର ସମସ୍ତ ପ୍ରକାର ସୁବିଧା, ଅସୁବିଧାକୁ ତୁରନ୍ତ ସମାଧାନ କରିବାର ପ୍ରତିଶୃତି ଦେଇଛନ୍ତି । ତେବେ ନୂତନ ସଭାପତିଙ୍କ କାର୍ଯ୍ୟଭାର ଗ୍ରହଣ କରିବା ସମୟରେ ସମିତିର କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ଭାରପ୍ରାପ୍ତ ପରିଚାଳନା ନିଦେ୍ର୍ଦଶକ ପ୍ରଶାନ୍ତ କୁମାର ଦାସ, ଶାଖା ପରିଚାଳକ ବିଜୟ କୁମାର ମହାନ୍ତ, ବିକ୍ରେତା କରୁଣାକର ମହାନ୍ତ, ସଞ୍ଜୟ କୁମାର ଦାଶ, ରତିକାନ୍ତ ମହାନ୍ତ, ଅରୁଣ କୁମାର ମହାପାତ୍ର, ଡିଇଓ ସରଜିତ୍ ସାମଲଙ୍କ ସହିତ ପୂର୍ବତନ ପରିଚାଳନା ନିଦେ୍ର୍ଦଶକ ଶକ୍ତିନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ସମିତି ପରିଚାଳନା ପରିଷଦର ସଭ୍ୟମାନଙ୍କ ମଧ୍ୟରୁ ଉପସଭାପତି ସାଲଗେ ଟୁଡୁ, ସଭ୍ୟ ଦୀନବନ୍ଧୁ ସିଂ, ବାରିଆଳ୍ ମୁର୍ମୁ, ରାଜଶିବନାରାୟଣ କିସ୍କୁ, ସୁବ୍ରମନ୍ୟମ ମହାନ୍ତି, ବାସୁଦେବ୍ ହେମ୍ବ୍ରମ, ପ୍ରଭାତ କୁମାର ନାୟକ, ସୁଶ୍ରୀ ସୋନାଲି ସୋରେନ୍ ଉପସ୍ଥିତ ଥିଲେ । ତତ୍ ସଙ୍ଗେ ସଙ୍ଗେ ସମିତିର ପୂର୍ବତନ ପରିଚାଳନା ନିଦେ୍ର୍ଦଶକ ରଞ୍ଜିବ୍ କୁମାର ଦ୍ୱିବେଦୀ ଉକ୍ତ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦାନ କରି ସମିତିର ସର୍ବାଙ୍ଗୀନ୍ ଉନ୍ନତି ପାଇଁ ପଦକ୍ଷେପ ନେବାକୁ ନବ ନିର୍ବାଚିତ ସଭାପତିଙ୍କୁ ହସ୍ତକ୍ଷେପ କରିବା ନିମନ୍ତେ ଅନୁରୋଧ କରିଥିଲେ ।
