ବାରିପଦା : ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସା ଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡିଙ୍କ ଅନୁମୋଦନ କ୍ରମେ ଆଜି ଜିଲ୍ଲା ସଭାପତି ମୁକେଶ ମାରାଣ୍ଡି କିଛି ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଅର୍ଜୁନ୍ ମୁର୍ମୁଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରାଜ୍ୟ ସମ୍ପାଦକ ଭାବେ ସୁକୁଲ ମାରାଣ୍ଡି, ରାଜ୍ୟ କୋଷାଧ୍ୟକ୍ଷ ଭାବେ ମୁକେଶ କିସ୍କୁ, ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଚୈତନ୍ୟ ସୋରେନ୍, ଜିଲ୍ଲା ମୁଖପାତ୍ର ଭାବେ ଗଜେନ୍ଦ୍ର ମଢେଇଙ୍କୁ, ମାସାଆର୍ମୀ କ୍ରିଡା ସମ୍ପାଦକ ଭାବେ ଜଗତ ମାଝୀ, କ୍ରୀଡା ସହସମ୍ପାଦକ ଭାବେ ସୁନାରାମ ଟୁଡୁ ଓ ରାଜ୍ୟ କଳା ଓ ସାଂସ୍କୃତିକ ସମ୍ପାଦକ ଭାବେ ପଦ୍ମଲୋଚନ ମୁମୁ, ଖୁଣ୍ଟା ବ୍ଲକ ସଭାପତି ଭାବେ ବାଦଲ ହେମ୍ବ୍ରମ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ମାସାଆର୍ମୀ ନିଜର ସଂଗଠନକୁ ଆହୁରି ମଜବୁତ୍ କରିବା ସହତି ଜିଲ୍ଲାର ବିକାଶ ପାଇଁ ଲଢେଇ ଜୋରଦାନ କରିବ ବୋଲି ପ୍ରେସ ମାଧ୍ୟମରେ ପ୍ରକାଶ କରିଛନ୍ତି ।
