Odisha news

ନୂଆ ପରିଚୟ ପାଇଲେ ଅନାଥ ଗୁଡିଆ ; ଜିଲ୍ଲାପ୍ରଶାସନ ସହାୟତାରେ ବିବାହ ବନ୍ଧନରେ ବାନ୍ଧିହେଲେ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ଓ ମା’ଲକ୍ଷ୍ମୀ ମହିଳା ସଂଗଠନ ମିଳିତ ସହଯୋଗରେ ଭିନ୍ନରୂପ ଓ ଭିନ୍ନଢଙ୍ଗରେ ଆଜି ନୂଆ ପରିଚୟ ପାଇଛନ୍ତି ଅନାଥ ଗୁଡିଆ । ଓଡିଆ ପରମ୍ପରା ଅନୁସାରେ ଆଜି ବାରିପଦା ସ୍ଥିତ ରାଧାମୋହନ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ବାରିପଦା ସହର ସ୍ଥିତ ଭାଗବତପୁର ଅଞ୍ଚଳରେ ଥିବା ମା’ଲକ୍ଷ୍ମୀ ମହିଳା ସଂଗଠନ ଦ୍ୱାରା ପରିଚାଳିତ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଗୁଡିଆ ବାନାର୍ଜୀ ଯାହାର ପରିଚୟ ନଥିବା ସହିତ ସମାନ ।

ଆଜି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନରେ ଥିବା ବିରଞ୍ଚି ମହାନ୍ତିଙ୍କ ବଡପୁଅ ବେଣୁଧର ମହାନ୍ତିଙ୍କ ସହିତ ପବିତ୍ର ବିବାହ ବନ୍ଧନରେ ନିଜର ଜୀବନ ସାଥି କରିଥିଲେ ବାପାମା ଛେଉଣ୍ଡ ଗୁଡିଆଙ୍କୁ । ବେଣୁଧର ପେସାରେ ଜଣେ ବ୍ୟବସାୟୀ ଅଟନ୍ତି ଏବଂ ସେ ଗୁଡିଆଙ୍କୁ ବିବାହ କରି ନିଜ ଜୀବନର ବନ୍ଧୁ କରି ଅନେକ ଖୁସୀରେ ଥିବା ପ୍ରକାଶ କରିଛନ୍ତି ।

ଆଗାମୀ ଜୀବନ ମଧ୍ୟ ଖୁସୀ ଓ ଆନନ୍ଦରେ ରହିବେ ବୋଲି ଆଶା ମଧ୍ୟ କରିଛନ୍ତି । ଏହି ବିବାହରେ ଜିଲ୍ଲାପ୍ରଶାସନ ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୁଜୟ କୁମାର ପତି, ଜିଲ୍ଲା ଶିଶୁଅଧିକାରିଣୀ ମମତାମୟୀ ବିଶ୍ୱାଳ ଏବଂ ସାମାଜିକ ଅନୁଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ନବବିବାହିତ ଯୋଡିକୁ ଆର୍ଶୀବାଦ ସହିତ ସମସ୍ତ ବିବାହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply