Odisha news

‘ୟାମି ଆମ ସଂସ୍କୃତିକୁ ଅପମାନିତ କରିଛନ୍ତି

0

’ ଅଭିନେତ୍ରୀ ୟାମି ଗୌତମ ୱିକେଣ୍ଡ୍‌ରେ ଆସାମ ଯାଇଥିଲେ । ସେଠାରେ ଗୁୱାହାଟି ଏୟାରପୋର୍ଟରେ ଏପରି କିଛି ହେଲା ଯାହାପରେ ତାଙ୍କ ଉପରେ ଆସାମର ସଂସ୍କୃତି ‘ଗମୋସା’ର ଅପମାନ କରିଥିବା ଅଭିଯୋଗ ଆସିଛି । ଏୟାରପୋର୍ଟରେ ଜଣେ ଫ୍ୟାନ୍‌ ୟାମିଙ୍କୁ ଗମୋସା (ଲାଲ୍‌ ଓ ନୀଳ ରଙ୍ଗର ଗାମୁଛା) ଉପହାର ଦେବାକୁ ଚେଷ୍ଟା କରିଥିଲେ । ଏହି ସଂସ୍କୃତି ବିଷୟରେ ଜାଣି ନ ଥିବା ୟାମି ଫ୍ୟାନ୍‌ଙ୍କୁ ଧMା ଦେବାରୁ ‘ୟାମି ଆମ ସଂସ୍କୃତିକୁ ଅପମାନିତ କରିଛନ୍ତି’ ବୋଲି ସେ ଅଭିଯୋଗ କରିଛନ୍ତି । ସୋସାଲ ମିଡିଆରେ ୟାମିଙ୍କ ଏହି ଏୟାରପୋର୍ଟ ଭିଡିଓ ଚର୍ଚ୍ଚାରେ ରହିଛି । ଏହି ମାମଲାରେ ୟାମି ନିଜ ପକ୍ଷ ରଖି ଟ୍ୱିଟରରେ ଲେଖିଛନ୍ତି, ‘ମୁଁ ଏହି ପରମ୍ପରା ବିଷୟରେ ଜାଣିନି । କାହାର ଭାବନାକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନୁହେଁ । ମୋ ପ୍ରତିକ୍ରିୟା କେବଳ ଆତ୍ମସୁରକ୍ଷା ଥିଲା । ଜଣେ ମହିଳା ହୋଇଥିବା ଯୋଗୁ କେହି ମୋର ନିକଟତର ହେଲେ ମୁଁ ଅସହଜ ହୋଇଯାଏ । କାହାର ବ୍ୟବହାର ଖରାପ ଲାଗିଲେ ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ ।’ ୟାମି ତୃତୀୟ ଥର ଆସାମ ଯାଇଥିଲେ ଓ ସେଠାକାର ସଂସ୍କୃତି ତାଙ୍କୁ ଖୁବ୍‌ ପସନ୍ଦ ବୋଲି କହିଛନ୍ତି ।

Leave A Reply