Odisha news

ଏମକେସି ହାଇସ୍କୁଲ ପୁରାତନ ଛାତ୍ର ସଂସଦ କାର୍ଯ୍ୟାଳୟ ଉଦ୍ଘାଟିତ

0

ବାରିପଦା  : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ କାର୍ଯ୍ୟାଳୟ ବିଦ୍ୟାଳୟର ପ୍ରାକ୍ତନ କୃତୀଛାତ୍ର ଖ୍ୟାତିସମ୍ପନ୍ନ ଇଞ୍ଜିନିୟର ଅଶୋକ କୁମାର ବଶାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଇଂ ବଶା ଓ ପ୍ରାକ୍ତନ ଛାତ୍ର ରବୀନ୍ଦ୍ର କୁମାର ଷଡଙ୍ଗୀ ବିଦ୍ୟାଳୟର ଛାତ୍ରଜୀବନର ସ୍ମୃତି·ରଣ କରିବା ସହ ସଂସଦର ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତ ବକ୍ତବ୍ୟ ଉପସ୍ଥାପନ କରିଥିବାବେଳେ ସଂସଦର ସମ୍ପାଦକ ରଞ୍ଜନ ବାନାର୍ଜୀ କାର୍ଯ୍ୟକ୍ରମ ପରି·ଳନା କରିଥିଲେ । କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାଣିଗ୍ରାହୀ ଓ ସହସମ୍ପାଦକ ପ୍ରଦୀପ କୁମାର ମହାନ୍ତି ସଂସଦର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଂସଦର ସଭାପତି ପୂର୍ଣ୍ଣେନ୍ଦୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ପ୍ରାକ୍ତନ ଛାତ୍ର, ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଆଗାମୀ ଦିନରେ ସଂସଦ ପକ୍ଷରୁ ବିଦ୍ୟାଳୟର ବିବିଧ ଉନ୍ନତି ପାଇଁ ଏକ ଖସଡା ପ୍ରସ୍ତୁତ ହୋଇଥିଲା । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବଶା, ବରିଷ୍ଠ କବି ଡଃ ନୀଳକଣ୍ଠ ମିଶ୍ର ଓ ସାହିତି୍ୟକ ବୃନ୍ଦାବନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply