ବାରିପଦା : ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଷ୍ଟେଟ୍ ସ୍କୋଲାର୍ସିପ୍ ଫର୍ମ ପୂରଣ ଆବେଦନ ତାରିଖ ବୃଦ୍ଧି କରିବା ଦାବିରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସୁନାରାମ ସିଂଙ୍କୁ ଘେରାଉ କରାଯାଇଥିଲା । ସଂଗଠନ ପକ୍ଷରୁ ଷ୍ଟାଇପେଣ୍ଡ ଆବେଦନର ଶେଷ ତାରିଖ ୧୫ଜାନୁଆରୀ ଥିବାରୁ ଏମପିସି ସ୍ୱୟଂଶାସିତ କଲେଜ ସମେତ ମୟୂରଭଞ୍ଜର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀମାନେ ଫର୍ମ ଆବେଦନରୁ ବଞ୍ଚିତ ହେଉଛନ୍ତି । ଏଥିସହ ଚଳିତବର୍ଷ ଏମପିସି ସ୍ୱୟଂଶାସିତ କଲେଜ ପକ୍ଷରୁ ଏପର୍ଯ୍ୟନ୍ତ ରି-ଆଡମିଶନ୍ ନୋଟିସ ପ୍ରକାଶ କରାଯାଇନାହିଁ । ଫଳରେ ଆଦିବାସୀ ଛାତ୍ରଛାତ୍ରୀମାନେ ରି-ଆଡମିଶନ୍ ହୋଇନାହାଁନ୍ତି । ଅନ୍ୟପକ୍ଷରେ ଷ୍ଟାଇପେଣ୍ଡ ଆବେଦନ ସମୟରେ ରି-ଆଡମିଶନ୍ ତାରିଖ ମାଗୁଥିବାରୁ ଛାତ୍ରଛାତ୍ରୀମାନେ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଷ୍ଟାଇପେଣ୍ଡ ଆବେଦନ ତାରିଖ ବୃଦ୍ଧି କରାଯିବା ପାଇଁ ଦାବି କରାଯିବା ସହ ଆବେଦନ ତାରିଖ ବୃଦ୍ଧି କରାନଗଲେ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ କଲେଜକୁ ତାଲାବନ୍ଦ କରାଯିବ ବୋଲି ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ପୃର୍ଥୁରାଜ୍ ହାଁସଦାଃ, ଅର୍ଜୁନ ମୁର୍ମୁ, ଅଭିନାଶ ମୁର୍ମୁ, ଶିବାଶଙ୍କର ମାରାଣ୍ଡି, ରିକି ମୁର୍ମୁ, ଲେବାଚାନ୍ଦ୍ ଟୁଡୁ, ଦିପୁ ଟୁଡୁ, ଦେବା ଟୁଡୁ ଓ ହାଁସୁ ସିଂ ପ୍ରମୁଖ ପ୍ରେସ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।
