Odisha news

କୋଭିଡ୍ ମୁକାବିଲା ପାଇଁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କଲା ଓଡିଶା କୃଷିଶିଳ୍ପ ନିଗମ

0

ବାରିପଦା : କୋଭିଡ୍-୧୯ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ପଦକ୍ଷେପକୁ ସାରା ବିଶ୍ୱରେ ପ୍ରଶଂସା କରାଯାଇଥିବାବେଳେ ଓଡିଶା ଆଜି ସମଗ୍ର ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କୋଭିଡ୍-୧୯ ମୁକାବିଲା ପାଇଁ ରାଜ୍ୟସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଓଡିଶା କୃଷିଶିଳ୍ପ ନିଗମର ସିଏସଆର ଫଣ୍ଡରୁ ଏକକୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୩୦ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ଲକ୍ଷଟଙ୍କା ପ୍ରଦାନ କରାଯାଇଅଛି । ଏଥିସହ ନିଗମ ଅଧ୍ୟକ୍ଷ ଦେବାଶିଷ ନିଜର ଏକମାସର ଦରମା ୫୦ହଜାରଟଙ୍କାକୁ ମଧ୍ୟ କୋଭିଡ୍ ପରିଚାଳନା ପାଇଁ ପ୍ରଦାନ କରିଥିଲେ । ନିଗମ ପକ୍ଷରୁ ଏହାର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ ସଦାନନ୍ଦ ନାୟକଙ୍କ ପଦକ୍ଷେପ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply