Odisha news

ବଡବାପା ହତ୍ୟାକାରୀ ପୁତୁରା ଗିରଫ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ନିଜର ବଡବାପାଙ୍କୁ ବିଭସô ଭାବେ ହତ୍ୟା କରି ଫେରାର ଥିବା ପୁତୁରା ଗିରଫ ହୋଇଛି । ଶନିବାର ବାରିପଦା ସଦର ଏସଡିପିଓ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାରିପଦା ଏସଡିପିଓ କେକେ ହରିପ୍ରସାଦ ଓ ବାଙ୍ଗିରିପୋଷି ଥାନା ଆଇଆଇସି ଦୟାନିଧି ଦାସ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ । ଘଟଣାରୁ ପ୍ରକାଶ ଯେ, ବାଙ୍ଗିରିପୋଷି ଥାନା ଉପରଉଞ୍ଚାଡିହା ଗ୍ରାମର ଗୋରା ସିଂଙ୍କୁ ପାରିବାରିକ କଳହ ଓ ପୂର୍ବ ଶତ୍ରୁତାକୁ ନେଇ ତାଙ୍କ ପୁତୁରା ମନୋଜ ସିଂ ଜାନୁଆରୀ ୨୭ତାରିଖ ବିଳମ୍ବିତ ରାତିରେ ଏକ କଟୁରୀରେ ହତ୍ୟାକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତ ମନୋଜ ସିଂଙ୍କୁ ଗିରଫ କରିବା ସହ କଟୁରୀକୁ ଜବତ କରିଛି । ଏନେଇ ବାଙ୍ଗିରିପୋଷି ଥାନାରେ ୧୧/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Leave A Reply