Odisha news

କରଦା ହରିହାଟ ମେଳା ଓ ଯଜ୍ଞ ଆରମ୍ଭ, ପ୍ରଥମ ଦିନରେ ୧୦ହଜାର ଭକ୍ତଙ୍କ ଭିଡ

0

ପାଣିକୋଇଲି,୧ା୨: ପୂର୍ଣ୍ଣତୋୟା ବୈତରଣୀ ନଦୀର ଅନତୀଦୂର କୋରାଇ ବ୍ଲକ ସବୁଠାରୁ ବଡମେଳା କରଦା ଠାରେ ସ୍ଥାାନୀୟ ଅଂଚଳର ଗଣପର୍ବ ଓ ସର୍ବ ପୁରାତନ ହରିହାଟ ମେଳା ଶନିବାର ମାଘ ସପ୍ତମୀ ଅବସରରେ ଆରମ୍ଭ ହୋଇଛି । ଏହି ମେଳା ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିଲା ବେଳେ ଆଜି ଯଜ୍ଞର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ନଡିଆ, ଘିଅ, ଉଖୁଡା ନୈବେଦ୍ୟ ଆଦି ଜାତି, ଧମ.ବର୍ଣ୍ଣ ନିବିଶେଷରେ ସମସ୍ତେ ଯଜ୍ଞକୁଣ୍ଡରେ ଅର୍ପଣ କରୁଥିବା ଦେଖାଯାଇଥିଲା । ଲୋକଙ୍କ ବିଶ୍ୱାସ ଅନୁଯାୟୀ ବନ୍ଧ୍ୟା ନାରୀମାନେ ଏହି ଯଜ୍ଞକୁଣ୍ଡରେ ଆହୁତୀ ଦେଲେ ସନ୍ତାନବତୀ ହେବା ସହ ଚନ୍ଦ୍ରଭାଗା ସ୍ନାନର ପୂଣ୍ୟମିଳିଥାଏ । ଏହି ପୀଠରେ ଏକାସଙ୍ଗେ ଦଧିବାମନ, ଶ୍ରୀଜଗନ୍ନଥ, ବଳଭଦ୍ର, ଶୁଭଦ୍ରା, ମହାଲକ୍ଷ୍ମୀ, ଶ୍ରୀଚୈନ୍ୟ, ଗ୍ରହରାଜଶନି ଓ ହନୁମାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବା ସହ ରୁଦ୍ରନାରାୟଣ ମହାପ୍ରଭୁଙ୍କ ଦର୍ଶନ ହୋଇଥାଏ । ଯଜ୍ଞ ସମୟରେ ଅଖଣ୍ଡ ନାମ ଯଜ୍ଞ ଚାଲିଥାଏ । ଏହି ମେଳୋର ଅନ୍ୟ ଆକର୍ଷଣ ଯାତ୍ରା । ୪ଟି ନାମକରା ଅପେରା ପାଟି ଏଠାରେ ପରିବେଷଣ କରିବାକୁ ଥିଲା ବେଳେ ପ୍ରତିଦିନ ଦୁଇଟି ଲେଖାଏଁ ରାତ୍ରୀ ଯାତ୍ରା ପରିବେଷଣ କରିଥାନ୍ତି । ମୁଖ୍ୟତଃ ଏହି ଅଂଚଳ କୃଷି ପ୍ରଧାନ ଅଂଚଳ ହୋଇଥିବାରୁ ଚାଷକାର୍ଯ୍ୟ ପରେ ଏହି ମେଳା ହୋଇଥାଏ । ଯାହାଫଳରେ ଆଖପାଖ ଅଂଚଳର ଗ୍ରାମବାସୀମାନେ ଏହି ମେଳା ଓ ଯଜ୍ଞକୁ ମହାସମାରୋହରେ ପାଳନ କରିଥାନ୍ତି । ଆଜିର ଅନୁଷ୍ଠିତ ଏହି ପ୍ରାରମ୍ଭିକ ମେଳା ଓ ଯଜ୍ଞରେ ସକାଳୁ ଅପରାହ୍ନ ଯାଏ ୧୦ହଜାରରୁ ଊଦ୍ଧ୍ୱର୍ ଭକ୍ତଙ୍କ ଗହଳି ହେଉଥିବା ଦେଖାଯାଇଥିଲା । ମେଳାରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଷ୍ଟଲ ବିଭିନ୍ନ ସମଗ୍ରୀର ଖୋଲାଯିବା ସହ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳିର ବ୍ୟବସ୍ଥା କରାଯାଇଛି । ପ୍ରବଳ ଜନ ସମାଗମକୁ ଆଗରେ ରଖି ଚଳିତ ବର୍ଷ ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ବ୍ୟାପକ ପୁଲିସ ବନେ୍ଦାବସ୍ତ କରିଛନ୍ତି । ମଠାଧିଶ ବାବାଜୀ କୃଷ୍ଣ ଚନ୍ଦ୍ର ଦାସଙ୍କ ସମେତ ମେଳା କମିଟିର ସଭାପତି ଚିନ୍ତାମଣୀ ବେହେରା, କରଦା ସରପଂଚ ଗଣେଶ ଚନ୍ଦ୍ର ସାହୁ.ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ, ମହୋତ୍ସବ କମିଟିର ସଭାପତି ପ୍ରଦୀପ୍ତ ପଣ୍ଡା, ଉପ ସଭାପତି ସୁବାସ ଧଳ, ସମ୍ପାଦକ ପ୍ରମୋଦ ମହାପାତ୍ର, ତାରିଣୀ ପଟ୍ଟନାୟକ, ବିମ୍ବାଧର ବେହେରା, ହରିହର ସାହୁ, ସୁଶୀଲ କୁମାର ବେହେରା, ଧବଳେଶ୍ୱର ସାହୁ, ନବଘନ ପଣ୍ଡା, ମଣିନାଥ ପଣ୍ଡା, ମଦନ ପ୍ରଧାନ, ଅଦୈତ୍ୟ ମଲିକ, କାର୍ତକ ସ୍ୱାଇଁ, ମଦନ ମୋହନ ସାହୁ, ସୁବାସ ଚନ୍ଦ୍ର ମହାପାତ୍ର, ରତ୍ନାକର ସାହୁ, ସାବିତ୍ରୀ ସାହୁ. ଶଙ୍କର୍ଷଣ ପରିଡ଼ା, ଗୋକୁଳ ଚନ୍ଦ୍ର ସାହୁ ପ୍ରମୁଖ ଚଳିତ ବର୍ଷ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.