Odisha news

ବାରିପଦା : ଦେଓ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କଲେ ଜିଲ୍ଲାପାଳ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଦେଓ ଜଳସେଚନ ପ୍ରକଳ୍ପର ଅଗ୍ରଗତି ଏବଂ ଏହାର ସମ୍ପୂର୍ଣ୍ଣ ରୂପାୟନ ଦିଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପ୍ରକଳ୍ପର ମୁଖ୍ୟବନ୍ଧରେ କିପରି ଜଳଧାରଣ କରାଯାଇପାରିବ, ଆଗାମୀ ଖରିଫଋତୁରେ କେନାଲ ମାଧ୍ୟମରେ ଚାଷଜମିକୁ କିପରି ପାଣି ଯୋଗାଇ ଦିଆଯିବ ଏବଂ ଏଥିସହ ବିସ୍ଥାପିତଙ୍କ ବିସ୍ଥାପନରେ ଅଗ୍ରଗତି ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ କରଞ୍ଜିଆ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳ, ଦେଓ ମୁଖ୍ୟ ନିର୍ମାଣଯନ୍ତ୍ରୀ ଇଂ ବାଦଲ କୁମାର ସାହୁ, ଦେଓ ନିର୍ବାହୀଯନ୍ତ୍ରୀ ଇଂ ଅନିଲ କୁମାର ପାଣିଗ୍ରାହୀ ଏବଂ ସ୍ୱତନ୍ତ୍ର ଭୂ-ଅର୍ଜନ, ବିସ୍ଥାପନ ଓ ଥଇଥାନ ଅଧିକାରୀ ଦୁଃଖବନ୍ଧୁ ନାଏକ ପ୍ରମୁଖ ଉପସ୍ତିତ ଥିବା ସମୟରେ ଆଲୋଚନା ଅନୁଯାୟୀ ପ୍ରସ୍ତାବଗୁଡିକର ତ୍ୱରାନ୍ୱିତ ଦିଗରେ ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି ।

Nalco
Leave A Reply