Odisha news

ପିପିଲି- : ଅଙ୍ଗନୱାଡି କେନ୍ଦ୍ରରେ ପୋଷାକ ବିତରଣ କାର୍ଯ୍ୟକ୍ରମ

0

ପିପିଲି-ପିପିଲି ବ୍ଲକ ଅଧିନସ୍ଥ ତେଇସିପୁର ପଂଚାୟତର ପୋଡଙ୍ଗ ଅଙ୍ଗନୱାଡି କେନ୍ଦ୍ର ପ୍ରାକ ବିଦ୍ୟାଳୟର ପିଲା ମାନଙ୍କୁ ପୋଷାକ ବିତରଣ କରାଯାଇଛି । ଏହି ପୋଷାକ ବିତରଣ କାର୍ଯ୍ୟକ୍ରମକୁ ପିପିଲି ବ୍ଲକ ଶିଶୁ ବିକାଶ ଅଧିକାରିଣୀ ଶୁଭଲକ୍ଷ୍ମି ପଟ୍ଟନାୟକ,ତେଇସିପୁର ସମିତି ସଭ୍ୟ ଧରଣୀଧର ସାହୁ ମହିଳା ସଂଘ ନେତ୍ରୀ ଉମାମଣୀ ରଥ,ଅଙ୍ଗନୱାଡି ସୁପରଭାଇଜର ସୈାଦାମିନି ମହାପାତ୍ର,ଅଙ୍ଗନବାଡି କର୍ମି ସାଗରିକ ସାହୁ ପ୍ରମୁଖ ଉପସ୍ଥିତ ରହି ପୋଡଙ୍ଗ (୨)ଅଙ୍ଗନୱାଡି କେନ୍ଦ୍ର ରେ୨୭ଜଣ ପିଲାମାନଙ୍କୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ୨ହଳ ପୋଷାକ ବିତରଣ କରାଯାଇଛି । ସେହୀପରୀ ନୁଆଗୋଡି ଗ୍ରାମରେ ଅବସ୍ଥିତ ପୋଡଙ୍ଗ (୧)ଅଙ୍ଗନୱାଡି କେନ୍ଦ୍ରରେ ୩୪ ଜଣପିଲା ମାନଙ୍କୁ ୨ହଳ ପୋଷାକ ବିତରଣ କରାଯାଇଛି ।ଏହି ପୋଷାକ ବିତରଣ କାର୍ଯ୍ୟକ୍ରମରେ ସିଡିପିଓ ପିପିଲି ଶୁଭଲକ୍ଷ୍ମି ପଟ୍ଟନାୟକ,ସମିତିସଭ୍ୟ ଧରଣୀଧର ସାହୁ,ୱାର୍ଡସଭ୍ୟ ମିର ଆଜାଦ୍,ସୁପରଭାଇଜର ସୈାଦାମିନି ମହାପାତ୍ର,ଅଙ୍ଗନୱାଡି କର୍ମି ଟୁନାମଣୀ ପଣ୍ଡା ପ୍ରମୁଖଙ୍କ ଉପସ୍ଥିତି ରହିଥିଲେ ।

Nalco
Leave A Reply