Odisha news

ମାଣିତରାରେ କୋଭିଡ ସଚେତନତା ଶପଥ

0
ବୁଗୁଡା ୩୦/୯ : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ କୋଭିଡ ସଚେତନତା ପାଇଁ ଶପଥ ପାଠ ସେପ୍ଟେମ୍ବର ୨୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଉପସ୍ଥିତ ଯୁବ ରେଡକ୍ରସ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ।
ଯୁବ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ କୋଭିଡ ସଂକ୍ରମଣ ବିଷୟରେ କହିବା ସହ ମାସ୍କ ପିନ୍ଧିବା, ହାତ ସଫା କରିବା ଓ ସାମାଜିକ ଦୂରତା ବଜାୟ ରଖି କୋଭିଡ ନିୟମ ମାନିବା ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇ ପାରିଲେ କୋଭିଡକୁ ପରାଜୟ କରିପାରିବା ବୋଲି ମତ ଦେଇଥିଲେ। ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମକୁ କରୋନା ମୁକ୍ତପାଇଁ କୋଭିଡ ସପ୍ତାହ ପାଳନ କରି ଯେଉଁ ଗଣ ସଚେତନତା ସୃଷ୍ଟି କରିଛନ୍ତି ସେହି ନିୟମକୁ ସମ୍ମାନ ଜଣାଇଲେ ଗଞ୍ଜାମ ଜିଲ୍ଲା ନିଶ୍ଚିତ ଭାବେ କରୋନା ମୁକ୍ତ ହୋଇପାରିବବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ।
Nalco
Leave A Reply