Odisha news

ପ୍ରେମ ପାଇଁ ଏକ : ଗଛରେ ଫାଶୀ ହୋଇ ଛୁଲିପଡିଲେ ପ୍ରେମୀ ଯୁଗଳ

0

ବାରିପଦା  : ପ୍ରେମ ପାଇଁ ଜୀବନ ହାରିଦେଲେ ପ୍ରେମୀ ଯୁଗଳ, ଏଥିସହ ପବିତ୍ର ରଜପର୍ବର ଦିନଟିକୁ ବାଛିନେଲେ ପ୍ରେମୀ ଯୁଗଳ । ଗାଁ ମୁଣ୍ଡରେ ଥିବା ଗଛରେ ଏକ ସଙ୍ଗେ ଝୁଲିଗଲେ ପ୍ରେମୀ ଯୁଗଳ, ଏହିପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ଘଟଣାରୁ ପ୍ରକାଶ ଯେ, ଗିତିଲତା ଗ୍ରାମର  ରାମେଶ୍ୱର ପାତ୍ର(୩୦) ବିବାହିତ ଥିଲେ ମଧ୍ୟ ଉକ୍ତ ଗ୍ରାମ ସାବିତ୍ରୀ ନାଏକ(୨୫)ଙ୍କୁ ପ୍ରେମ କରୁଥିଲେ ।

ଦୁଇହିଁଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ପର୍କ ଗଢିଉଠିଥିଲା । ମାତ୍ର ଏହି ସମ୍ପର୍କକୁ ସମାଜ ସ୍ୱୀକୃତି ଦେଇନଥିଲା । ଶେଷରେ ଦୁଇଜଣ ଭୁଲିଯାଇ ସବୁକିଛି ଏକ ସଙ୍ଗେ ଆତ୍ମହତ୍ୟା କରିବାକୁ ନିର୍ଣ୍ଣୟ ନେଇଥିଲେ । ସୋମବାର ଗାଁ ମୁଣ୍ଡରେ ଥିବା ଏକ ଅର୍ଜୁନ ଗଛରେ ଏକସଙ୍ଗରେ ଫାଶି ହୋଇ ଝୁଲି ପଡିଥିଲେ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ପୋଲିସ ଦୁଇଶବକୁ ଜବତ କରି ଡାକ୍ତରଖାନାରେ ଶବବ୍ୟବଚ୍ଛେଦ କରିଥିଲେ । ଏନେଇ ତିରିଂ ଥାନାରେ ୧୦/୨୦ରେ ଅପମୃତୁ୍ୟ ମାମଲା ରୁଜୁ ହୋଇଥିଲା ।

Leave A Reply