Odisha news

ବାଲିଘାଟ ରେ ହଟହଟାହେଲେ ତହସିଲଦାର

0
ବାରଙ୍ଗ : ବାଲିଘାଟ ରେ ହଟହଟାହେଲେ  ତହସିଲଦାର । ଏଭଳି ଘଟଣା ରାଜଧାନୀ ଉପକଣ୍ଠ କଲ୍ୟାଣ ପୁର ବାଲିଘାଟ ରେ ଦେଖିବାକୁ ମିଳିଛି । ବାଲି ଗାଡ଼ି ଓ ଜେଶିବି ମେସିନ କୁ ଜବତ କରିଥିବା ବେଳେ ବାଲି ମାଫିଆ ଆର ଆଇ ଓ ତହସିଲଦାର ଙ୍କୁ ଗାଡ଼ି ଗୁଲଜ କରିବା ସହିତ ତହସିଲଦାର ଗାଡ଼ି ଆଗରେ ବାଇକି ରଖି ରାସ୍ତା ରୋକିଥିବା ସୂଚନା ମିଳିଛି । କଲ୍ୟାଣପୁର ଗାଁମୁଣ୍ଡରେ ବେଆଇନ ଭାବେନଦୀରୁ ବାଲିଉଠା ଚାଲିଛି ।ଯାହାଫଳରେ ସରକାରଙ୍କର ରାଜସ୍ୱ କ୍ଷତି ହେବାସହ ଅନ୍ୟପଟେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।ଏବିଷୟରେ ଅଂଚଳବାସୀ ନୁଆକରି ହୋଇଥିବା କଲ୍ୟାଣପୁରଆରଆଇଙ୍କ ଦୃଷ୍ଟିକୁଆଣିଥିଲେ ।ପୁର୍ବପ୍ରସ୍ତୁତିଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱର ତହସିଲଦାର ମାନସ ସ୍ୱାଇଁଙ୍କ ନେତୃତ୍ୱରେ  ସୁପରଭାଇଜର ଜଗନ୍ନାଥ ମହାରଣା,ରାଜସ୍ୱ ଅଧିକାରୀ ସୁର୍ଯ୍ୟକାନ୍ତ ମାର୍ଥା,ସୈାଭାଗ୍ୟଶତପଥିଙ୍କୁ ନେଇ ଗଠିତ ଟିମ  ଅଚାନକଭାବେ ବେଆଇନବାବେ ହୋଇଥିବା ବାଲିଘାଟ ଉପରେଏ ଚଢଉ କରିଥିଲେ ।ଚଢଉ ସମୟରେ ବାଲି ଘାଟରେ ବାଲି ଉଠାଉଥିବା ଏକ ଜେସିବି ୩ ଟ୍ରାକ୍ଟରକୁ ଏହି ଜବତ କରିଥିଲା ।କିନ୍ତୁ କିଛି ସମୟପରେ କଲ୍ୟାଣପୁର ଗାଁର ପ୍ରଭାତସ୍ୱାଇଁ ନାମକ ଯୁବକ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ଆଣି ତହସିଲଦାରଙ୍କ ଗାଡି ଆଗରେ ନିଜର ବାଇକ ରଖି ଯୁକ୍ତିତର୍କ ଆରମ୍ଭ କରିଥିଲା ଏହି ସମୟରେ ଜେସିବିଟି ଖସି ପଳାଉଥିବାବେଳେ ତାକୁ ଧରିବାକୁ ପଛରେ ଯାଇଥିଲେ ।ପୁନର୍ବାର ପ୍ରଭାତ ଆସି ବାଇକ ଆଣି ତହସିଲଦାରଙ୍କ ଗାଡିଆଗରେ ରଖି ଅଶ୍ଳିଳ ବ୍ୟବହାର ସାଙ୍ଗକୁ  ଗାଳି ଗୁଲଜ କରି ମାରି ଦେବାକୁ ଧମକ ଦେଇଥିଲା ।ଏସି ମଉକାରେ ଜେସିବି ଓ ୩ଟ୍ରାକ୍ଟର ଘଟଣାସ୍ଥଳରୁ ଖସି ପଲାଇଥିଲୋ ପରେ କଲ୍ୟାଣପୁର ଆରଆଇ ସୈାଭାଗ୍ୟ ଶତପଥି ନନ୍ଦନକାନନ ଥାନାରେ ପହଁଚି ଏକ ଲିଖିତ ।ଭିଯୋଗ କଲରିବା ପରେ ପୋଲିସ ଏକ ମକଦ୍ଦମା ରଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାକୁ ଧରିବାରେ ସକ୍ଷମ ହୋଇନାହିଁ ।
Leave A Reply