Odisha news

ନନ୍ଦନକାନନ ବୋଟିଂ ଟେଣ୍ଡରରେ ବ୍ୟାପକ ଅନିୟମିତତା : ବିକ୍ଷୋଭ କଲେ , ଥାନାରେ ଏତଲା ଦେଲେ ଠିକାଦାର

0
ବାରଙ୍ଗ : ଉପନିର୍ଦ୍ଦେଶକ ଓ ଜଣେ କିରାଣିଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ଟେଣ୍ଡର ଫିକ୍ସିଂ ଭଳି ଅଭିଯୋଗ ଆଣିଛନ୍ତି ଜଣେ ଠିକାଦାର । ଦାରୁଠେଙ୍ଗ ଗ୍ରାମପଂଚାୟତର ପୂର୍ବତ୍ତନ ସରପଂଚ ତଥା ବୋଟିଂ ଟେଣ୍ଡରରେ ଭାଗନେଇଥିବା ପ୍ରଶାନ୍ତ କୁମାର ରାଉତରାୟ, ତାଙ୍କର ୧୦୦ରୁ ଉର୍ଦ୍ଧ ସମର୍ଥକଙ୍କୁ ନେଇ ମଙ୍ଗଳବାର ଦିନ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉକରି ହୋ-ହାହ୍ଲା କରିବା ସହ କତୃପକ୍ଷଙ୍କ ବିରୋଧରେ ନାରାବାଜି ଦେଇଥିଲେ । ବୋଟିଂ  ଟେଣ୍ଡର ଫିସ୍କିଂ ହୋଇଥିବାର ଅଭିଯୋଗ ଦର୍ଶାଇ ରାଉତରାୟ ଓ ତାଙ୍କ ସମର୍ଥକମାନେ ସିଧାସଳଖ ଭାବେ ଉପନିର୍ଦ୍ଦେଶକ ଓ ଟେଣ୍ଡର ଦାୟିତ୍ୱ ବୁଝୁଥିବା କିରାଣିଙ୍କୁ ସିଧା ସଳଖ ହାତ ଥିବା କହିଥିଲେ I ଟେଣ୍ଡର ପାଇନଥିବା ଠିକାଦାର ପ୍ରଶାନ୍ତ ରାଉତରାୟଙ୍କ କହିବା କଥା , ଜୁଲାଇ ମାସରେ ବୋଟିଂ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଥିଲା I ୨୬ ଜୁଲାଇରେ ଟେକନିକାଲ ବିଡ ଖୋଲାଯାଇଥିଲା । ଅଢେଇ ମାସର ବ୍ୟବଧାନ ପରେ ୧୫ ଅକ୍ଟୋବରରେ ଭୁବନେଶ୍ୱର ସ୍ଥିତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଫରଚେଜ୍‌କମିଟିର ଉପସ୍ଥିତିରେ ଫାଇନାସିଆଲ ବିଡ୍ ଖୋଲାଯାଇଥିଲା କିନ୍ତୁ ନନ୍ଦନକାନନରେ ଟେକିନକାଲ ବିଡ୍ ପାଇଁ ଟେଣ୍ଡରବାସ୍କ ଖୋଲାଯାଇ ସମସ୍ତଙ୍କ ସମ୍ମୁଖରେ ଜଉମୁଦ ଦିଆଯାଇଥିବାର ଫଟୋ  ନିଆଯାଇଥିଲା I
ହେଲେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଟେଣ୍ଡରବାସ୍କ ଖୋଲାଯିବାବେଳେ ନିଆଯାଇଥିବା ଫଟୋ କାହଁକି ମିଶିଲାନାହିଁ ବୋଲି ପ୍ରଶ୍ନ କରିଥିଲେ ।ଯେହେତୁ ପୁର୍ବରୁ ଏହାକୁ ଖୋଲାଯାଇଛି ତେଣୁ ଏହାମିଶୁନାହିଁ ବୋଲି ଅଭିଯୋଗ କରିଥିଲେ ।ଟେଣ୍ଡରବାସ୍କ ଉପନିର୍ଦ୍ଦେଶକ ଓ ଟେଣ୍ଡରଦାୟିତ୍ୱରେ ଥିବାକିରାଣିଙ୍କ ନଜରରେ ନନ୍ଦନକାନନରେ ରହିଥିବାବେଳେ କିଏ ଏହାକୁ ଖୋଲିଛି ବୋଲି ସମସ୍ତେ ଜାଣିବାକୁ ଚାହିଁଥିଲେ ।ଯଦି ଏହା ଖୋଲାଯାଇନାହିଁ ତେବେ ନନ୍ଦନକାନନ ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଆମକୁ ସହଯୋଗ କରନ୍ତୁ ବୋଲି କହିଥିଲେ । ଯିଏ ଯୋଗ୍ୟ ନୁହେଁ ତାଙ୍କୁ ବୋଟିଂ ଟେଣ୍ଡର ଦିଆଯାଇଛି I  ୭ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ ସତ୍ୟ ଲୋକାଲୋଚନକୁ ଆସିବା ସହ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ପୁନର୍ବାର ବୋଟିଂ ଟେଣ୍ଡର କରାଯାଉ ବୋଲି ଦାବି କରିଥିଲେ I ଯଦି ଆଗାମୀ ଦିନରେ ଏହା କରାନଯାଏ ତେବେ ବାଧ୍ୟ ହୋଇ ଆନ୍ଦୋଳନ ତିବ୍ରତର ହେବ ବୋଲି ଚେତାବନୀ ଦେଇ ଫେରିଥିଲେ ।ଏହାପରେ ରାଉତରାୟ ନନ୍ଦନକାନନ ଥାନାକୁ ଆସି ଅଭିଯୋଗ କରିଥିଲେ I
ସେପଟେ ଏବିଷୟରେ ଉପନିର୍ଦ୍ଦେଶକ ଡ.ସଞିତକୁମାରଙ୍କୁ ପଚାରିବାରୁ ସେକହିଲେ ଯେ,ସେମାନେ ଆସି ଅଭିଯୋଗ କରିଛନ୍ତି । ମୋ ତରଫରୁ ତଦନ୍ତ ହୋଇ ପରଚେଜ କମିଟିକୁ ଜଣାଇବି ସେମାନେ ଯାହା କାର୍ଯ୍ୟାନୁଷ୍ଠାନ ନେବେ ।ଉପରିସ୍ଥ ଅଧିକାରୀମାନେ ଭିଜିଲାନ୍ସକୁ ଦେବେ ନା କିଭଳିତଦନ୍ତ କରିବେ ତାହା ସେମାନେ ଜାଣିଥିବେ ।  ଟେଣ୍ଡର ପ୍ରକିୟା ସମ୍ପୁର୍ଣ ସରିନାହଁ ତେଣୁ ଏହାରି ଉପରେ ମୁଁ କିଛି କହିପାରିବିନାହିଁ ବୋଲି କହିଥିଲେ ନନ୍ଦନକାନନ ଉପନିର୍ଦେଶକ ।
ତେବେ ଏହି ଘଟଣା କିଛି ନୂଆ ନୁହେଁ ନନ୍ଦନକାନନ ପାଇଁ I କେତେବେଳେ ବନ୍ୟଜନ୍ତୁଙ୍କ ମୃତ୍ୟୁ ତ ଆଉ କେତେବେଳେ ପର୍ଯ୍ୟଟକଙ୍କୁ ମାଡ଼ I ଏଭଳି କିଛି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛି ନନ୍ଦନକାନନ ଚିଡିଆଖାନ I ହେଲେ ଏବେ ସାମ୍ନାକୁ ଆସିଛି ବୋଟିଂ ଟେଣ୍ଡର ଫିକ୍ସିଂ I ତେବେ ଟେଣ୍ଡର ଫିକ୍ସିଂରେ କେତେ ଅନିୟମିତତା ହୋଇଛି ତାହା ତଦନ୍ତ ହେଲେ ହିଁ ସ୍ପଷ୍ଟ ହୋଇପାରିବ I
IEC 2 years
Leave A Reply