କାକଟପୁର 18/10 ଆଜି ସନ୍ଧ୍ୟା ସମୟରେ କେନ୍ଦ୍ରାପଡ଼ା ସାଂସଦ ତଥା ଫିଲ୍ମି ଜଗତର ଜଣେ ଅପ୍ରତିଦ୍ବନ୍ଦି କଳାକାର ଅନୁଭବ ମହାନ୍ତି ଙ୍କ ର ମଙ୍ଗଳା ମନ୍ଦିର ରେ ମା ମଙ୍ଗଳା ଙ୍କୁ ପୂଜାର୍ଚନା କରିବା ସହିତ ନିଜ ପରିବାର ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ, ଶ୍ରୀ ମହାନ୍ତି ଜଣେ ଲୋକପ୍ରିୟ ନେତା ତଥା ଫିଲ୍ମି ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡ଼ିର କଳାକାର ହୋଇଥିବାରୁ ସେବକ ମାନଙ୍କ ସହିତ କିଛି ସାଧାରଣ ଲୋକେ ତାଙ୍କୁ ଦେଖିବା ପାଇଁ ବେଶ କିଛି ସମୟ ମନ୍ଦିର ଗହଳି ହୋଇଥିବା ଦେଖିବାକୁ ମିଳିଥିଲା, ମାଙ୍କୁ ଦର୍ଶନ ସରିଲା ପରେ ସେବକ ମାନଙ୍କ ସହିତ ମନ୍ଦିର ବିଷୟରେ କିଛି ଆଲୋଚନା କରି ମନ୍ଦିର ଚତୁର୍ପାଶ୍ୱ ବୁଲି ସାରିବା ପରେ ସେବାୟତ ଙ୍କ ଆଶ୍ରିବାଦ ଭିକ୍ଷା କରି ଫେରି ଯାଇଥିଲେ l
