Odisha news

ପୂର୍ବତନ ସରପଂଚ ଦାମୋଦର ରାଉତ ଙ୍କ ଦିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ

0

ବାରଙ୍ଗ : ବାରଙ୍ଗ ମଧୁପୁର ଗ୍ରାମ ପ୍ରଞ୍ଚାୟତ ପରିସରରେ ପୂର୍ବତନ ସରପଂଚ ଦାମୋଦର ରାଉତ ଙ୍କ ଦିତୀୟ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି ।ସେ ଜଣେ ପରାଉପକରି , ନିଷ୍ଠାପର ,ମିଷ୍ଠାବସି ,ନ୍ୟାୟବନ୍ତ ଭାବେ ବାରଙ୍ଗ ଅଞ୍ଚଳ ରେ ସୁନାମ ଅର୍ଜନ କରିଛନ୍ତି । ଆଜିର ଦିନରେ ବାରଙ୍ଗ ଅଞ୍ଚଳବାସୀ ତାଙ୍କୁ ମନେ ପକାଇଛନ୍ତି । ତାଙ୍କର କାର୍ଯ୍ୟ ଶୈଳୀ ଙ୍କୁ ସମସ୍ତେ ଝୁରୁଛନ୍ତୀ । ନିଜେ ନ ଖାଇ ଜନସାଧାରଣମାନଙ୍କ ପେଟ ର ଦୁଃଖ କୁ ବୁଝନ୍ତି ।ଖାଲି ପେଟ ର ଦୁଃଖ ନୁହେଁ ,ଲୋକ ଙ୍କ ଦୁଃଖ ସେ ତାଙ୍କ ର ଦୁଃଖ ବୋଲି ଭାବନ୍ତି । ତତ୍ ଖିଣେ ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝନ୍ତି ।  ଯାହାକୁ ନେଇ ଆଜିର ଦିନରେ ତାଙ୍କୁ ସମସ୍ତେ ମନେ ପକେଇ ତାଙ୍କର ଦିତୀୟ ଶ୍ରାଦ୍ଧ ବାର୍ଷିକୀ ଦିବସ ଅବସରରେ ତାଙ୍କର ପର୍ତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ସମ ସାମୟିକ ବ୍ୟକ୍ତି ବିଶେଷଙ୍କୁ ଉତ୍ତରୀୟ ସହିତ ସମ୍ମାନିତ କରଯାଇଥିଲା । ଏବଂ ନବମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା  ଛାତ୍ରଛାତ୍ରୀ ମାନଙ୍କ ସହିତ ଶ୍ରେଷ୍ଠ କ୍ରୀଡାବିତ୍ ମାନଙ୍କୁ ସମ୍ମାନିତ କରାଯାଇଥିଲା । ଖାଲି ଏତିକି ନୁହେଁ । ଆଗାମୀ ଦିନରେ ଏହି ଅଞ୍ଚଳରେ  ଏକ ମହିଳା ମହାବିଦ୍ୟାଳୟ ଖୋଲାଯିବ ପାଇଁ  ନିଷ୍ପତି ହୋଇଥିଲା । ଏହି ଅବସରରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦାନ କରି  ଏହି ନିଷ୍ପତିକୁ  ସମ୍ମାନ ଜଣାଇ ଆଗାମୀ ଦିନରେ ଖୁବ୍ ଶୀଘ୍ର ମହିଳା ମହାବିଦ୍ୟାଳୟ ଖୋଲିବାକୁ ସହମତି ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ  ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଜୟ ପଣ୍ଡା , ଅମିୟ ସାମନ୍ତ ରୟ, ଶାନ୍ତି କମିଟି ସଭାପତି ପ୍ରତାପ କୁମାର ପାଣି , କାର୍ଯକାରୀ ସଭାପତି ଅଶୋକ ରାଉତ , ଅଭିମନ୍ୟୁ ବେହେରା ପ୍ରମୁଖ ଯୋଗଦାନ କରିଥିବା ବେଳେ ଏହି କାର୍ଯ୍ୟକୁ ଶାନ୍ତି କମିଟି ସମ୍ପାଦକ ସୁରେଶ ନାହାନ୍ତି ସଭାପିତ୍ବ କରିଥିଲେ । ଶେଷରେ ଅଭିମନ୍ୟୁ ବେହେରା ଧାନବାଦ ଅର୍ପଣ କରିଥିଲେ।

Nalco
Leave A Reply