Odisha news

ଲଟେରୀ ଲୋଭ ଦେଖାଇ ମୋବାଇଲ ଫୋନ୍ ଲୁଟ୍ ,ଖସି ଯାଉଥିବା ବେଳେ ମାଡ଼ିବସିଲେ ଲୋକେ

0
ବାରଙ୍ଗ ;  ଲଟେରୀକିଣିଲେ ନିଶ୍ଚିତ ପୁରସ୍କାର ଉଠିବା ଲୋଭ ଦେଖାଇ ମୋବାଇଲ ଫୋନ୍ ଲୁଟିନେଇ ଏକ ଅଟୋରେ ପଳାଉଥିବା ବେଳେ  ଅଟୋ ସହ ୩ଲୁଟେରାକୁ ସ୍ଥାନୀୟ ଲୋକ ଧରି ପୋଲିସକୁ ଜିମା ଦେଇଛନ୍ତି।ସେମାନେ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ତୁଳସୀପୁରର ସବିର ଖାନ, ଖୋର୍ଦ୍ଧା ବାଘମାରି ଅଞ୍ଚଳର ହାଡିବନ୍ଧୁ ଖଟୁଆ ଏବଂ ଅଟୋ ଚାଳକ ଜଣକ ଖୋର୍ଦ୍ଧା ବାଲୁଗାଁ ବିଦ୍ୟାଧରପୁର ଅଞ୍ଚଳର ବିଭୁ ପାଇକରାୟ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ ,ସୋମବାର ମଧ୍ୟାହ୍ନ  ସମୟରେ ଓଡ଼ି ୩୩ଏ -୧୨୯୩ନମ୍ୱର  ଅଟୋରେ
 ସବିରଖାନ,ହାଡିବନ୍ଧୁ ଖଟୁଆ ଏବଂ ଅଟୋଚାଳକ  ବିଭୁ ପାଇକରାୟ ସମେତ ୩ଜଣ ଯୁବକ  ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ନରାଜଗ୍ରାମ ରାସସାହିରେ ଆସି ପହଞ୍ଚିଥିଲେ।ଏମାନେ ପ୍ରଥମେ  ସୁଦର୍ଶନ ସାହୁଙ୍କ ଘରକୁ ଯାଇ ୨ହଜାରେ ଟଙ୍କା ଦେଇ ଲଟେରୀ କାଟିଲେ ନିଶ୍ଚିତ ଉପହାର ମିଳିବ ବୋଲି ବିଶ୍ୱାସ ଜନ୍ମାଇଥିଲେ।ସୁଦର୍ଶନ ଦୁଇ ହଜାର ଟଙ୍କା ଦେଇ ଏକ ଲଟେରୀ କ୍ରୟ କରିଥିଲେ। ଲଟେରୀରେ ତାଙ୍କର ଏକ କୁଲର ଜିତିଥିଲେ। ସୁଦର୍ଶନ  ଦୁଇ ହଜାର ଟଙ୍କା ଆଣିବାକୁ ଘର ଭିତରୁକୁ ଯାଇଥିବା ବେଳେ ୩ଜଣ ଯୁବକ ତାଙ୍କର ଏକ ଦାମୀ ମୋବାଇଲ ଫୋନ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘରୁ ବାହାରକୁ ଆସି ଦେଖିଲା ବେଳକୁ ବାହାରେ କେହି ନଥିବା ବେଳେ ତାଙ୍କର ମୋବାଇଲ ଫୋନଟି ଚୋରୀ ହୋଇଯାଇଥିବା  ସୁଦର୍ଶନ ଜାଣିବାକୁ ପାଇଥିଲେ। ସଙ୍ଗେସଙ୍ଗେ ସୁଦର୍ଶନ ତାଙ୍କ ମୋଟର ସାଇକେଲ ଯୋଗେ ପିଛା କରି ଆସି ବ୍ରାହ୍ମଣୀଗାଁ ନିକଟରେ ଅଟୋଟିକୁ ଅଟକାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ  ପୋଲିସର ଜିମା ଦିଆଯାଇଥିଲା। ପୋଲିସ ଏକ ମକଦ୍ଦମା ରୂଜୁକରି ୩ଜଣଙ୍କୁ  ଥାନାରେ ଅଟକ ରଖିବା ସହ ସେମାନଙ୍କ ନିକଟରୁ ମୋବାଇଲ ଫୋନ ଏବଂ ତାଙ୍କ ଅଟୋକୁ ଜବତ କରିଛି।
Ad2
Leave A Reply