Odisha news

ନନ୍ଦନକାନନରେ ଲୁଟେରାଙ୍କ ଉତ୍ପାତ : ଦେଖୁଛି ପୋଲିସ , ଲୁଟୁଛି ଲୁଟେରା

0
ବାରଙ୍ଗ :  ଦିନକୁ ଦିନ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପରିସର ଭିତରେ ହେଉ ଅବା ବସ ଷ୍ଟାଣ୍ଡ ରେ ଲୁଟେରା ଙ୍କ ପ୍ରଦୃର୍ଭାବ ବଢିବାରେ ଲାଗିଛି ।ପ୍ରତିଦିନ କିଛି ନା କିଛି ନନ୍ଦନକାନନ ଛକ ରେ ଲୁଟ୍ ହେଉଛି । କାହାର ମୋବାଇଲ ଲୁଟ୍ ହେଉଛି ତ ଆଉ  କାହାର ବାଗ୍ ।  ହେଲେ ନନ୍ଦନକାନନ ଥାନା ପୋଲିସ ଲୁଟେରା ଙ୍କ ଟେର ପାଉନଥିବା ସାଧାରଣ ରେ ଚର୍ଚ୍ଚା ଜୋର୍ ଧରିଛି । ବଡଦିନ ଅର୍ଥାତ୍ ଡିସେମ୍ବର ୨୫ ତାରିଖରେ ଜଣେ ପୋଲିସ ଅଧିକାରୀ  ତାଙ୍କ ପରିବାର ସହ ନନ୍ଦନକାନନ ବୁଲୁଥିବା ବେଳେ ତାଙ୍କ ପାଣ୍ଟ ପଛ ପକେଟ୍ କାଟି ମନିପର୍ଶ ନେଇଥିବା ବେଳେ ଜଣେ ମହିଳା ପର୍ଯ୍ୟଟକ ଙ୍କ ମୋବାଇଲ ଲୁଟିନେଇଥିଲେ ଲୁଟେରା । ହେଲେ ପୋଲିସ  ଲୁଟେରା ଙ୍କ ଟେର ପାଉନଥିବା ବେଳେ ପୁଣି ଗୁରୁବାର ଦିନ ନନ୍ଦନକାନନ ବସ ଷ୍ଟାଣ୍ଡ ପାଖରେ ଜଣେ ବ୍ୟକ୍ତି ଙ୍କ ମୋବାଇଲ ଲୁଟ୍ କରୁଥିବା  ବେଳେ ମୋ ବସ ସୁପରଭାଇଜର ପ୍ରଶାନ୍ତ ଜେନା ଲୁଟେରା କୁ କାବୁ କରିଥିଲେ । ପାଖରେ ଠିଆ ହୋଇଥିବା ପୋଲିସ କର୍ମଚାରୀ ଙ୍କୁ ଡାକି ଲୁଟେରା କୁ ଜୀମା ଦେଇଥିଲେ । ତା ଠାରୁ ମୋବାଇଲ ଫୋନ ଜବତ କରିବା ସହ ଥାନା ରେ ଅଟକ ଥିବା ସୂଚନା ମିଳିଛି । ଏଠି ପ୍ରଶ୍ନ ଉଠେ ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ  ,ନନ୍ଦନକାନନ ଥାନା ପୋଲିସ୍ କରୁଛି କଣ ? ବାରମ୍ବାର ଏଠାରୁ ଲୁଟ୍ ପାଟ  ହେଉଥିବା ବେଳେ  ପୋଲିସ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
 ଥାନା ଅଧିକାରୀ ଙ୍କ ଖାମ୍ ଖିଆଲି ମନୋଭାବ ପାଇଁ ପ୍ରାଣୀ ଉଦ୍ୟାନ କୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଲୁଟେରା ର ଶିକାର ହେଉଥିବା ବୃଦ୍ଧିଯିବି ମହଲରେ ମତପ୍ରକାଶ ପାଉଛି।

Leave A Reply