Odisha news

ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ମୃତ,ଉତ୍ୟକ୍ତ ଲୋକେ କଲେ ରାସ୍ତା ରୋକ

0
ବାରଙ୍ଗ : ଗୁରୁବାର ସନ୍ଧ୍ୟାରେ ବାରଙ୍ଗ ଥାନା ଅଧୁନସ୍ତ  ବାରଙ୍ଗ-ବାଙ୍କୀ ରାସ୍ତାର ମୁଣ୍ଡମୁହାଣ ଖେଳପଡ଼ିଆ ଆଗରେ ଏକ ଦ୍ରୁତଗାମୀ  ୧୦ ଚକିଆ ଟ୍ରକ  ଜଣେ ସାଇକେଲ ଆରୋହୀଙ୍କୁ ପଛପଟରୁ ଧକାଦେଇ ତାଉପରେ ଚଢିଯାଇଥିବାରୁ     ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କ ମୃତୁ ଘଟିଛି।ଦୁର୍ଘଟଣା ପରେ ଟ୍ରକଚାଳକ ଗାଡି ଛାଡି ଫେରାର ହୋଇଯାଇଛି।ଘଟଣାପରେ   ସ୍ଥାନୀୟ ଉତ୍ୟକ୍ତ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକାରୀ  ଅଧଘଣ୍ଟା ପାଇଁ ରାସ୍ତା ଅବରୋଧ କରିଥିଲେ।ବାରଙ୍ଗ ପୋଲିସ ଆସି ଲୋକଙ୍କୁ ବୁଝାସୁଜା କରିବା ପରେ ରାସ୍ତାରୋକ ଉଠିଥିଲା।
ପ୍ରକାଶଯେ,ଗୁରୁବାର ସନ୍ଧ୍ୟା ସମୟରେ ଫକୀରପଡା ଗ୍ରାମର  ଅନନ୍ତ ଭୋଇ(୬୦) ନାମକ ବ୍ୟକ୍ତି ସାଇକେଲ ଯୋଗେ ତ୍ରିଶୂଳିଆରୁ ଘରକୁ ଫେରିଥିଲେ। ବାରଙ୍ଗ-ବାଙ୍କୀ ରାସ୍ତାର ମୁଣ୍ଡମୁହାଣ ଖେଳ ପଡ଼ିଆ ଆଗରେ ଅନନ୍ତ ପହଂଚିଥିବାବେଳେ  ପଛପଟରୁ ଓଆର୦୪-ଏଚ -୪୯୮୧ନମ୍ବର ୧୦ଚକିଆ ଟ୍ରକ ଦ୍ରୁତଗତିରେ ଆସି  ସାଇକେଲକୁ ଧକା ଦେଇଥିଲା।ଫଳରେ ସାଇକେଲରୁ  ଛିଟିକି ପଡି ଅନନ୍ତ ଟ୍ରକର ପଛଚକ ତଳେ ପଡିଯାଇଥିଲା।ପଛ ଚକ ଚଢିଯାଇଥିବାରୁ  ଘଟଣାସ୍ଥଳରେ ଅନନ୍ତଙ୍କର ମୃତୁ ହୋଇଥିଲା।ଦୁର୍ଘଟଣା ପରେ ଟ୍ରକଚାଳକ ଗାଡି ରଖିଦେଇ ଫେରାର ହୋଇଯାଇଥିଲେ।ଖବରପାଇ ସ୍ଥାନୀୟ ଲୋକମାନେ
ଉତ୍ୟକ୍ତ ହୋଇ ଆସିଦୁର୍ଘଟଣା ସ୍ଥଳରେ  ବାରଙ୍ଗ-ବାଙ୍କୀ ରାସ୍ତାକୁ ଅବରୋଧ କରିଥିଲେ।ଯାହାଫଳରେ ଉଭୟ ପାର୍ଶ୍ଵରେ ଗାଡିମଟର ଯାଇନପାରି ଅଟକିରହିଥିଲା।ଖବରପାଇ ବାରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରି ମୃତକଙ୍କ ପରିବାରକୁ ନିୟମାନୁସାରେ କ୍ଷତିପୂରଣ ଦେବାରେ ପୂର୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବାପରେ ଅଧଘଣ୍ଟା ପରେ ରାସ୍ତା ଅବରୋଧ ଉଠିଥିଲା।ପୋଲିସ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି  ଏକ ଅପମୃତୁ ମାମଲା ରୁଜୁକରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି।
IEC 2 years
Leave A Reply