ବାରଙ୍ଗ,୨୯/୯ପ୍ରାଣୀଉଦ୍ୟାନ ନନ୍ଦନାକନନପରେ ଚନ୍ଦକା-ଡମପଡା ଅଭୟାରଣ୍ୟ ଅକ୍ଟୋବର୨ଅର୍ଥାତ ଗାନ୍ଧୀଜୟନ୍ତୀରେ ଖୋଲିବ ବୋଲି ଡିଏଫଓ କେଦାରସ୍ୱାଇଁ କହିଛନ୍ତି ।କୋଭିଡ କଟକଣା ମଧ୍ୟରେ ଏହାକୁ ଖୋଲିବାକୁ ଅଭୟାରଣ୍ୟ କର୍ତୁପକ୍ଷ ନିଷ୍ପତି ନେଇଥିବାବେଳେ କୋଭିଡ ନୀୟମକୁ ମାନିବାକୁ ପର୍ଯ୍ୟଟକମାନଙ୍କୁ ପଡିବ ।ଏଥିନିମନ୍ତେ ସାମାଜିକ ଦୁରତା ସହିତ ମୁହଁରେ ମାସ୍କ ପିନ୍ଧିବାକୁ ପଡିବ ।
ଦୀର୍ଘ ୭ମାସପରେ ଚନ୍ଦକା-ଡମପଡା ଅଭୟାରଣ୍ୟର ଚାରିଟିରେଞରେ ଥିବା ୪ଟି ପରିବେଶପର୍ଯ୍ୟଟନସ୍ଥଳ ଖୋଲିବ ।ଡେରାସ,ଗୋଡିବାରି ପରେ ଭରତପୁର ଓ ଡମପଡାରେ ଥିବା ଅନ୍ୟଦୁଇଟି ପରିବେଶପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ଦେଖିବାର ସୁଯୋଗ ପାଇବେ ।
ଏହାସହ ପର୍ଯ୍ୟଟକମାନେ ଜଙ୍ଗଲସଫାରୀ ,ନେଚରକ୍ୟାମ୍ପ.ହାତୀଅଭୟାରଣ୍ୟ,ଡେରାସଡ୍ୟାମର ପାକୃତିକ ପରିବେଶ ଘେରା ପରିବେଶକୁ ମନଭରି ଉପଭୋଗ କରିବେ ।ପର୍ଯ୍ୟଟକମାନଙ୍କ ରାତ୍ରରହଣୀପାଇଁ ସେମାନେ ବାହାରୁ ଖାଦ୍ୟ ନଆଣି ଏଠାରେ କରାଯାଇଥିବା ମେନୁଅନୁଯାୟୀ ସେମାନଙ୍କୁ ଖାଦ୍ୟ ଯୋଗଇଦିଆଯିବ ।ପର୍ଯ୍ୟଟନସ୍ଥଳୀର ସମସ୍ତଅଂଚଳକୁ ସାନିଟାଇଜ କରାଯାଉଛି ।ପର୍ଯ୍ୟଟକମାନେ କୋଭିଡ ନୀୟମକୁ ଉଲଘଂନ ନକରିବାପାଇଁ ସେଥିପାଇଁ ସୁରକ୍ଷାକର୍ମୀମାନେ ମୃତୟନ ରହିବେ ବୋଲି କହିଛନ୍ତି ସ୍ୱାଇଁ କହିଛନ୍ତି ।
