Odisha news

ଏଥର ଜମିବ ଚୁଡ଼ଙ୍ଗଗଡ ବାରଙ୍ଗ ମହୋତ୍ସବ ,ମୁଖ୍ୟ ଆକର୍ଷଣ ମହିଳା ପାଇକ ଆଖଡ଼ା

0

ବାରଙ୍ଗ :  ଏଥର ଜମିବ ଚୁଡ଼ଙ୍ଗ ଗଡ ବାରଙ୍ଗ ମହୋତ୍ସବ । ଏଥର ମୁଖ୍ୟ ଆର୍କଷଣ  ମହିଳା ପାଇକ ଆଖଡ଼ା , ଛଉ ନୃତ୍ୟ , ଓଡିଶୀ ନୃତ୍ୟ ଏବଂ ମେଲୋଡି କାର୍ଯ୍ୟକ୍ରମ କରାଯିବ । ତାସହିତ ଆମ ଅଞ୍ଚଳ ଲୁଚି ରହିଥିବା ପ୍ରତିଭା  ମାନଙ୍କୁ ମଞ୍ଚ ଉପରେ ଲୋକ ଲୋଚନକୁ ଅଣାଯାଇ ସମ୍ମାନିତ କରାଯିବ । ଉକ୍ତ ସ୍ମୃତିକୁ ବହନକରି ମହୋତ୍ସବ କମିଟି ତରଫରୁ  ବିଭିନ୍ନ କାର୍ଯ୍ୟକ୍ରମ ଯଥା କଳା, ସାହିତ୍ୟ, କ୍ରୀଡା,ଶିକ୍ଷା ,କୃଷି ଓ ସମାଜସେବା କ୍ଷେତ୍ରରେ ପ୍ରତିଭା ସୀତ ବ୍ୟକ୍ତି ବିଶେଷ ତଥା ୧୯ ଗୋଟି ପଞ୍ଚାୟତ ଶିକ୍ଷା ଅନୁଷ୍ଠାନର ପ୍ରତିଯୋଗୀତା ଅଗ୍ରଣୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ ଓ ସମ୍ବଦ୍ଧିତ  କରାଯିବ ।   ଓଡିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଏହି ମହୋତ୍ସବ

 ୩ ଦିନ ଧରି ଚାଲିବ  ।ଏନେଇ ଶୁକ୍ରବାର ଅପରାହ୍ନ ୩ ଘଟିକା ସମୟରେ ବାରଙ୍ଗ ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କମିଟି ର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ  ,ଚୂଡଙ୍ଗଗଡ ବାରଙ୍ଗ ମହୋତ୍ସବ ଚଳିତ ବର୍ଷ  ୬ଷ୍ଠ ବର୍ଷରେ ପଦାର୍ପଣ କରୁଛି । ଐତିହାସିକ ଓ ପୁରାଣ ବର୍ତନା ଥୁବା ଉକ୍ତ ଅଞ୍ଚଳ ଅତିତରେ କଳିଙ୍ଗର ପରବର୍ଷି ସମୟରେ ଉତ୍କଳର ରାଜଧାନୀ ଥିବା ଅନେକ ତଥ୍ୟ ସମ୍ବଳୀତ କିମ୍ବଦନ୍ତୀ ରହିଛି । ଏହାର ମୂକ ସାଖୀ ଭଗ୍ନ ଅବସ୍ଥାରେ ଥିବା ଚୂଡଙ୍ଗଗଡ ରାଜବାଟୀ ଅବିଭକ୍ତ ବାରଙ୍ଗ ୧୯ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି। ଉକ୍ତ ଅଞ୍ଚଳର ବଂସାନୁକ୍ରମୀକ ପ୍ରଜା ମାନେ ଅତିତରେ ସମ୍ରାଟ ଓ ଗଜପତି ଚୋଳଗଙ୍ଗ ଦେବଙ୍କ ସୈନିକ ଯୋଦ୍ଧା ଥିଲେ, ତଥା ଅନେକ ପ୍ରଜା ଋଷୀ,ଶ୍ରମୀକ,କାରିଗର ଏବଂ ସାହିତ୍ୟକ ଥିଲେ, ଏହା ପୌରାଣିକ ପ୍ରାଚୀ ସଭ୍ୟତା ଉପରେ ଅଧାରିତ । ଏକବଂଶ ସତ୍ତାବ୍ଦୀରେ ଏହାର କର୍ପୂର  ଉଡିଯାଇ ଥିଲେ ମଧ କଳା ମାତ୍ର ପତିତ ସେହି ଇତିହାସକୁ ରୁଦ୍ଧମନ୍ଥ କରି ଶତ୍ରୁ ରକ୍ଷା କରିବା ନିମିତ୍ତ ଅଞ୍ଚଳର ଦାଏଦ ମାନେ ଆଗ୍ରହ ସହକାରେ ଏହି ମହୋତ୍ସବ ପାଳନ କରୁଛନ୍ତି । ଏହାର ସୁରକ୍ଷା ପାଇଁ ଏ .ଏସ .ଆଇ  ପାଚେରୀ କାର୍ଯ୍ୟ କିଞ୍ଚତ ମାତ୍ର କରାଇ ଦାୟୀତ୍ବ ବହନକରିଛନ୍ତି । ତାହା ସ୍ଥାଣୁ ଅବସ୍ଥା ରହିଯାଇଛି ବୋଲି ମତବ୍ୟକ୍ତ କରିଛନ୍ତି ମହୋତ୍ସବର ସଂଯୋଜକ ତଥା ମୁଖ୍ୟ ଉପଦେଷ୍ଠ ବସନ୍ତ ମହାପାତ୍ର ।
 । ଏହାର ପୂର୍ଣାରୁ ଉଦ୍ଧାର ଦାୟିତ୍ଵ ପ୍ରତି ସରକାରଙ୍କ ଦୃଷ୍ଟି ଗୋଚର କରାଇ ପ୍ରଚାର ପ୍ରସାର ପ୍ରଭୁତି ଭାବେ କରିବା ତଥା ଏହାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏହି ଚୁଡ଼ଙ୍ଗ ଗଡ ପ୍ରାର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବାରେ ସ୍ଥାନ ପାଇବା  ଉଚିତ୍ ବୋଲି ମତ ରଖିଛନ୍ତି ।ଏହି କାର୍ଯ୍ୟକ୍ରମରେ ମହୋତ୍ସବ କମିଟି ର ମୁଖ୍ୟ ଉପଦେଷ୍ଠା ବସନ୍ତ ମହାପାତ୍ର , ସୁନିଲ ସିଂହ , ଅମରେନ୍ଦ୍ର  ମହାପାତ୍ର , କୃଷ୍ଣଚନ୍ଦ୍ର ମଲ୍ଲିକ , ଉପସଭାପତି କୃଷ୍ଣ ଚନ୍ଦ୍ର ନାୟକ , ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦାସ , ସମ୍ପାଦକ ଦୀପକ କୁମାର ସ୍ବାଇଁ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Leave A Reply