Odisha news

ଏହିସବୁ ବ୍ୟାଙ୍କ ରେ ଯଦି ରହିଛି ଆପଣଙ୍କ ଫିକ୍ସ ଡିପୋଜିଟ ତେବେ ୬ମାସ ମଧ୍ୟରେ ମିଳିବ ଏତିକି ସୁଧ

0

ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଏହିସବୁ ବ୍ୟାଙ୍କର ରହିଛି ତେବେ ଆପଣଙ୍କ ପାଇଁ ଜାଣି ରଖିବା ନିହାତି ଜରୁରୀ କଥା ଅଟେ l  ବର୍ତମାନ ଦେଶରେ ପ୍ରାଇଭେଟ ଓ ସରକାରୀ ବ୍ୟାଙ୍କ ରେ ଗ୍ରାହକ ମାନଙ୍କୁ ଫିକ୍ସ ଡିପୋଜିଟ ସୁବିଧା ଦିଆ ଯାଉଛି l ସାଧାରଣ ବ୍ୟକ୍ତି ଅନେକ ମାତ୍ରାରେ ଏଫଡ଼ି କରିଛନ୍ତି l  ବର୍ତମାନ ଆପଣ ମାତ୍ର ୬ମାସ ରେ ଅନେକ ଲାଭ ପାଇବାକୁ ଯାଉଛନ୍ତି l  SBI PNB ସମେତ ଅନେକ ବ୍ୟାଙ୍କ ରୁ ଏହି ତଥ୍ୟ ଦିଆଯାଇଛି l

ଆପଣ ଜାଣି ରଖିବା ଉଚିତ ଯେ ଏହି ସମୟରେ ଫିକ୍ସ ଡିପୋଜିଟ ପଇସା ସଂଚୟ କରି ରଖିବା ସବୁଠୁ ଭଲ ଉପାୟ ଅଟେ l  ଏହାଦ୍ୱାରା ଆପଣଙ୍କ ଧନ ସୁରକ୍ଷିତ ତା ରହିବ, ଏହାଛଡା ଆପଣଙ୍କୁ ଗ୍ୟାରେଣ୍ଟି ରିଟର୍ଣ୍ଣର ସୁବିଧା ମଧ୍ୟ ମିଳିବ l ଆଜି ଆପଣ ଜାଣି ରଖିବା ଉଚିତ ଯେ କିଭଳି ୬ମାସ ମଧ୍ୟରେ ଆପଣ ଗ୍ୟାରେଣ୍ଟି ରିଟର୍ଣ୍ଣ ପାଇ ପାରିବେ l

ଏହି ତାଲିକାରେ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ସାମିଲ ରହିଛନ୍ତି –
ଦେଶର ସରକାରୀ ଓ ପ୍ରାଇଭେଟ ବ୍ୟାଙ୍କ ଗୁଡିକ ୬ମାସ ପାଇଁ ଏଫଡ଼ି କରିବାର ସୁବିଧା ଦେଉଛନ୍ତି l  ଆପଣ SBI ,PNB, HDFC ବ୍ୟାଙ୍କ, Bank of baroda ଓ ICICI ଭଳି ବଡ଼ ବଡ ବ୍ୟାଙ୍କ ରେ ନିଜର ପଇସା ଲଗାଇ ପାରିବେ l ଆଜି ଆସନ୍ତୁ ଜାଣିବା କେତେ ପରସେଣ୍ଟ ସୁଧ କେଉଁ ବ୍ୟାଙ୍କ ରୁ ଆମେ ପାଉଛୁ l

– ଏସବିଆଇ ଫିକ୍ସ ଡିପୋଜିଟ ରେଟ –
ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ୬ମାସ ପାଇଁ ଏଫଡ଼ି କରାଉଛନ୍ତି ତ ସାଧାରଣ ନାଗରିକ ବ୍ୟାଙ୍କ ୪ .୫୦ ପ୍ରତିଶତ ହିସାବରେ ସୁଧ ହାର ଦେବ l  ଅନ୍ୟ ପକ୍ଷରେ ବରିଷ୍ଠ ନାଗରିକ ମାନଙ୍କୁ ୫ ପ୍ରତିଶତ ହିସାବରେ ସୁଧ ଦେବ l

– ପିଏନବି ଫିକ୍ସ ଡିପୋଜିଟ –
ଯଦି ଆପଣ ପିଏନବି ରେ ଫିକ୍ସ ଡିପୋଜିଟ କରୁଛନ୍ତି ତେବେ ପିଏନବି ସାଧାରଣ ନାଗରିକ ଙ୍କୁ ୬ମାସ ରେ ଏଫଡ଼ି ଉପରେ ୪.୫୦ ପ୍ରତିଶତ ଦରରେ ସୁଧ ଦେବ l କିନ୍ତୁ ବାଇସ୍ଥ ନାଗରିକ ମାନେ ୫ ପ୍ରତିଶତ ସୁଧ ପାଇବେ l

– ବ୍ୟାଙ୍କ ଅଫ ବରୋଦା –
ବ୍ୟାଙ୍କ ଅଫ ବରୋଦା ରେ ଫିକ୍ସ ଡିପୋଜିଟ କରିଥିବା ବ୍ୟକ୍ତି ଏସବିଆଇ ଓ ପିଏନବି ଭଳି ୬ମାସରେ ସୁଧ ଦର ସେଭଳି ପାଇ ପାରିବେ l ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମାନ ସୁବିଧା sbi ଓ pnb ଭଳି ରହିଛି l

– ଏଚଡ଼ିଏଫସି ଓ ICICI ବ୍ୟାଙ୍କ –
ପ୍ରାଇଭେଟ ସେକ୍ଟର ରେ ଯଦି କହିବା ଏଚଡ଼ିଏଫସି ବ୍ୟାଙ୍କ ସାଧାରଣ ନାଗରିକ ଙ୍କୁ ୬ମାସ ରେ ୪.୫୦ ପ୍ରତିଶତ ସୁଧ ଦେଉଥିବା ସମୟରେ ICICI ବ୍ୟାଙ୍କ ୪.୭୫ ପ୍ରତିଶତ ସୁଧ ର ଲାଭ ମିଳିବ l

Nalco
Leave A Reply