Odisha news

ସତର୍କ ହୋଇଯାଆନ୍ତୁ : ସେପ୍ଟେମ୍ବର ମାସ ୧ ତାରିଖରୁ ବଦଳିବାକୁ ଯାଉଛି ବ୍ୟାଙ୍କ୍ ଚେକ୍ କ୍ଳିଅରିଂ ସିଷ୍ଟମ , ଦେବାକୁ ପଡ଼ିବ ଏହି ତଥ୍ୟ ନହେଲେ ଫେରି ଯିବ ଚେକ୍

ନୂଆଦିଲ୍ଲୀ : ଯଦି ଆପଣ ଅକ୍ସିସ ବ୍ୟାଙ୍କ୍ ର ଗ୍ରାହକ ହୋଇଛନ୍ତି , ତେବେ ଆପଣଙ୍କ ପାଇଁ ଜାଣିବା ଜରୁରୀ ଅଟେ । ଯଦି ଆପଣ ଅକ୍ସିସ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଆପଣ ଏହାକୁ ଜାଣିବା ଆବଶ୍ୟକ । ସେପ୍ଟେମ୍ବର ୧ ତାରିଖ ଠାରୁ ଚେକ୍ କ୍ଲିଆରିଂ ସିଷ୍ଟମ ବଦଳିବାକୁ ଯାଉଛି । ଅକ୍ସିସ ବ୍ୟାଙ୍କ୍ ନିଜର ଗ୍ରାହକ ମାନଙ୍କୁ ଏସଏମଏସ ଜରିଆରେ ଏହାର ତଥ୍ୟ ଦେଇଛନ୍ତି । ସେପ୍ଟେମ୍ବର ୧ତାରିଖ ଠାରୁ ଚେକ୍ କ୍ଲିଅର୍ ହେବା ପୂର୍ବରୁ ୱାର୍କିଂ ଡେ ରେ ପଜିଟିଭ ପେ ଡିଟେଲ୍ସ ଦେବାକୁ ପଡ଼ିବ । ଏପରି ନକଲେ ଆପଣଙ୍କ ଚେକ୍ ଫେରି ଯିବ ।
ଏଥିପାଇଁ ସେପ୍ଟେମ୍ବର ୧ତାରିଖ ଠାରୁ ନୂଆ ପାଜିତିଭ ସିଷ୍ଟମ ଲାଗୁ ହୋଇଛି , ଏହା ଏକ ଅଟୋମେଟିକ୍ ଫ୍ରାଡ ଡିଟେକ୍ସନ୍ ଟୁଲ ଅଟେ । RBI ପକ୍ଷରୁ କୁହାଯାଇଛି ଯେ ଏହି ନିୟମକୁ ଲାଗୁ କରାଯିବାର ଉଦ୍ଦେଶ୍ୟ ହେଲା ଯେ ଚେକ୍ ର ଭୁଲ୍ ବ୍ୟବହାର କୁ ଅଟକାଇବା ।
ଚେକ୍ ପଯିଟିଭ ସିଷ୍ଟମ ଚେକ୍ କୁ କ୍ଲିଆର କରିବା ପାଇଁ ଗୋଟିଏ ପ୍ରକ୍ରିୟା ଅଟେ । ଏହା ଚେକ୍ ର କଲେକ୍ସନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଦେଇଥାଏ । ନେସନାଲ ପେମେଣ୍ଟ୍ କର୍ପୋରେସନ ଇଣ୍ଡିଆ ଚେକ୍ ଟ୍ରାଜାକ୍ସନ୍ ସିଷ୍ଟମ ରେ ପାଜିଟିଭ ପେ ସୁବିଧା ବ୍ୟାଙ୍କ୍ ଗୁଡ଼ିକୁ ଉପଲବ୍ଧ କରାଉଛି । ଏହି ସିଷ୍ଟମ ୫୦ ହଜାର କିମ୍ବା ତହିଁରୁ ଉର୍ଦ୍ଧ୍ବ ଟ୍ରାଞ୍ଜକାସନ୍ ପାଇଁ ଉପଲବ୍ଧ ଅଟେ ।

Comments are closed.