Odisha news

ଓଡ଼ିଶାରେ ଜମା ୩୧୯୭ କୋଟି, ୟେସ୍‌ ବ୍ୟାଙ୍କର ୬ ଶାଖା, ୭ ଏଟିଏମ୍‌ ଏନ୍‌ପିଏ ୨.୩୧ ପ୍ରତିଶତ

0

ଭୁବନେଶ୍ବର: ଓଡ଼ିଶାରେ ୟେସ୍‌ ବ୍ୟାଙ୍କର ୬ଟି ଶାଖା ଥିବା ବେଳେ ପ୍ରତି ଶାଖାରେ ଏଟିଏମ୍ ସୁବିଧା ରହିଛି। ବ୍ୟାଙ୍କର ଶାଖାଗୁଡ଼ିକ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ଚମ୍ପୁଆ ଓ ପୁରୀ ଭଳି ସହରରେ ରହିଛି। ୨୦୧୯ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ଥିବା ୟେସ୍‌ ବ୍ୟାଙ୍କ ଶାଖାଗୁଡ଼ିକରେ ମୋଟ୍‌ ୩୧୯୭.୨୮ କୋଟି ଟଙ୍କାର ଜମାରାଶି ଥିଲା। ସେହି ସମୟରେ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୩୬୫୩.୪୫ କୋଟି ଟଙ୍କାର ଅଗ୍ରୀମ ରାଶି ଓଡ଼ିଶାରେ ବ୍ୟବହାର କରାଯାଇଛି।

୨୦୧୯ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୟେସ୍‌ ବ୍ୟାଙ୍କ ୨୬୧.୮୧ କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିଛି। ସେହି ସମୟରେ ଏମ୍ଏସ୍‌ଏମ୍‌ଇ କ୍ଷେତ୍ରକୁ ୧୨୬.୪୬ କୋଟି ଟଙ୍କା, ସେବା କ୍ଷେତ୍ରକୁ ୮୧.୬୮ କୋଟି ଟଙ୍କା, ଦୁର୍ବଳ ଶ୍ରେଣୀକୁ ୩୧୩.୫୮ କୋଟି ଟଙ୍କା ଓ ମହିଳାଙ୍କୁ ୨୫୨.୨୭ କୋଟି ଟଙ୍କାର ଅଗ୍ରୀମ ପ୍ରଦାନ କରିଛି। ୟେସ୍‌ ବ୍ୟାଙ୍କର ଓଡ଼ିଶାରେ ଜମା ରାଶି ତୁଳନାରେ ଅଗ୍ରୀମ ପରିମାଣ ଅଧିକ ରହିଛି। ଶିକ୍ଷା ଋଣ ବାବଦରେ ଏହି ବ୍ୟାଙ୍କ ରାଜ୍ୟରେ ଟଙ୍କାଟିଏ ବି ଆବଣ୍ଟନ କରିନାହିଁ ବୋଲି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ରିପୋର୍ଟରୁ ଜଣାପଡ଼ିଛି। ହାଉସିଂ କ୍ଷେତ୍ରକୁ ଏହା ୨୨୫୫ଟି ଖାତା ଜରିଆରେ ୨୪୯.୬୪ କୋଟି ଟଙ୍କା ଆବଣ୍ଟନ କରିଛି। ଓଡ଼ିଶାରେ ୟେସ୍‌ ବ୍ୟାଙ୍କର ମୋଟ୍ ଏନ୍‌ପିଏ ହେଉଛି ୨.୩୧ ପ୍ରତିଶତ ଓ ଋଣ ଜମା ଅନୁପାତ ହେଉଛି ୧୧୪.୨୭ ପ୍ରତିଶତ।

Leave A Reply