Odisha news

କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଦାବି ନେଇ ୨୫ ରେ ବଙ୍ଗୋମୁଣ୍ଡା କୁ ବନ୍ଦ ପାଇଁ ନିଷ୍ପତ୍ତି

0
ବଙ୍ଗୋମୁଣ୍ଡା,୨୩।୩- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଆଜି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ବଙ୍ଗୋମୁଣ୍ଡା ଶାଖା ପକ୍ଷରୁ କଣ୍ଟାବାଞ୍ଜି କୁ ଜିଲ୍ଲା ମାନ୍ୟତା ଘୋଷଣା ଦାବି ନେଇ ବଙ୍ଗୋମୁଣ୍ଡା କୁ ସମ୍ପୂର୍ଣ୍ଣ  ବନ୍ଦ ପାଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇଥିଲା । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି ର ଆବାହକ କେଶବ ନାରାୟଣ ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଆସନ୍ତା ୨୫ ତାରିଖ ଶନିବାର ଦିନ ବଙ୍ଗୋମୁଣ୍ଡା ସମ୍ପୂର୍ଣ୍ଣ ବନ୍ଦ ପାଳନ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ଏହି ବୈଠକ ରେ ବଙ୍ଗୋମୁଣ୍ଡା ର ସମସ୍ତ ସଂଘ ଓ ସଂଗଠନ କୁ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । ଏଥିରେ ବିଭିନ୍ନ ସଂଗଠନ ସାମିଲ ଥିବା ଦେଖିବାକୁ ମିଳିଛି । ଏଥିରେ ଭୋଳାନାଥ ବେହେରା,ଗୁରୁଚରଣ ବେହେରା, ସୁଶାନ୍ତ କୁମାର ଯୋଶୀ, ସୁରେଶ ବେହେରା, ବିକାଶ କୁମାର ଜୈନ, ଦ୍ରୋଣ ସେନ ବେହେରା, ବିଜୟ କୁମାର ଜୈନ, ହୁଲେଶ୍ୱର ହଂସ, କଳ୍ପେନ୍ଦ୍ର ସରାଫ, ଖଗପତି ରଣା,ଭୋଜରାଜ ପୁଟେଲ, ହେମନ୍ତ କୁମାର ନାଏକ, ଅଶୋକ ନାରାୟଣ ଭୋଇ, ଯୋଶୀଏଲ ସେନାପତି, କେଦାର ଭୋଇ, ମଧୁସୂଦନ ଛୁରା, ଘାସିରାମ ସାହୁ, ରାଜୁ ହାତୀ, ଓମ ପ୍ରକାଶ କୁମ୍ଭାର, ବିକାଶ ରଞ୍ଜନ ପନିକା, ସନ୍ତୋଷ କୁମାର ତ୍ରିପାଠୀ, ରେଣୁରଞ୍ଜନ ବାଗ,ଯୁବରାଜ ବେହେରା, ପିତାମ୍ବର ସୁନା ଙ୍କ ସମେତ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା  ମାନେ ଉପସ୍ଥିତ ଥିଲେ ।(ଫଟୋ ସହ )
Nalco
Leave A Reply