ବଙ୍ଗୋମୁଣ୍ଡା,୨୩।୩- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ଉପେନ୍ଦ୍ର ମେହେର ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା । ସବୁବେଳେ ଶ୍ରୀ ମେହେର ଶିକ୍ଷା ର ପ୍ରଚାର ପ୍ରସାର, ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ତଥା ମୋ ସ୍କୁଲ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ପୂରଣ ଦିଗରେ ଆଗ୍ରହ, ଦୃଢ଼ ମନୋବଳ, କର୍ତ୍ତବ୍ୟ ନିଷ୍ଠା ତଥା ଅକୁଣ୍ଠ ସହଯୋଗ ପ୍ରସଂଶନିୟ । ସମାଜସେବା ତଥା ଶିକ୍ଷା ର ବିକାଶ ପାଇଁ ଜଣେ ଆଗ୍ରହୀ ବ୍ୟକ୍ତିତ୍ୱ ।ଓଡିଶା ସରକାର ଙ୍କ ମୋ ସ୍କୁଲ ଯୋଜନା ରେ ଜଣେ ପୂର୍ବତନ ଛାତ୍ର ଭାବରେ ସାମିଲ କରି ମୋ ସ୍କୁଲ ପାଣ୍ଠି କୁ ସମଗ୍ର ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଞ୍ଚଳ ରେ ସର୍ବୋଚ୍ଚ ଅର୍ଥ ରାଶି ପ୍ରଦାନ କରିଛନ୍ତି ।ଏହି ମହତ ଅବଦାନ ଯୋଗୁଁ ଭାଲୁମୁଣ୍ଡା ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ,ନୂତନ ସରକାରୀ ପ୍ରାଥମିକ ବିଦ୍ୟାଳୟ(କଲୋନୀ ପଡା) ଓ ଉଚ୍ଚ ବିଦ୍ୟାଳୟ ଠାରେ ଉନ୍ନତ ମାନର ଶ୍ରେଣୀ ପ୍ରକୋଷ୍ଠ ନିର୍ମାଣ ହୋଇପାରିଛି ।ଏହା ଅନ୍ୟ ସମସ୍ତ ଙ୍କ ପାଇଁ ଏକ ଆଦର୍ଶ ଓ ପ୍ରେରଣା ର ଉତ୍ସ ହୋଇ ରହିବ । ଜିଲ୍ଲା ମୋ ସ୍କୁଲ କମିଟି ର ଅଧ୍ୟକ୍ଷ ତଥା ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସମ୍ବର୍ଦ୍ଧିତ କରିଥିବା ରୁ ବିଭିନ୍ନ ମହଲରେ ଶୁଭେଚ୍ଛା ର ସୁଅ ଛୁଟୁଛି । ଏହି କାର୍ଯ୍ୟ କୁ ଦେଖି ବିଭିନ୍ନ ମହଲ ରେ ପ୍ରସଂଶା କରାଯାଉଛି । ଦାବିପତ୍ର ଦେବା ସମୟରେ ଜିଲ୍ଲା ଶିକ୍ଷାଧିକାରୀ, ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା, ସମାଜସେବୀ ଯୋଗିନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ ।
