Odisha news

ସ୍ୱାସ୍ଥ୍ୟ ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ କଦଳୀ ଚୋପା

ପାଚିଲା କଦଳୀ ଭଳି କଦଳୀ ଚୋପା ମଧ୍ୟ ଅତ୍ୟନ୍ତ ଗୁଣର ଅଟେ l ଆମେ କଦଳୀ ଖାଇ ସାରି ତାର ଚୋପାକୁ ଫିଙ୍ଗି ଦେଇଥାଉ ,କିନ୍ତୁ ଏହି କଦଳୀ ଚୋପା ମଧ୍ୟ ଆମର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ l ସୌନ୍ଦର୍ଯ୍ୟ ବୃଦ୍ଧି ସହିତ ଆମର ଦାନ୍ତକୁ ମଧ୍ୟ ଚମକାଇ ବାରେ ସାହାଯ୍ୟ କରିଥାଏ l ଆସନ୍ତୁ ଜାଣିବା କଦଳୀ ଚୋପା ବିଷୟରେ l

* ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ରଖି ଥାଏ ସୁନ୍ଦର –

କଦଳୀ ଖାଇ ସାରିବା ପରେ ତାର ଚୋପାକୁ ତ୍ୱଚାରେ ଘଷିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ l କଦଳୀ ଚୋପାକୁ କିଛି ସମୟ ପାଇଁ ମୁହଁରେ ଲଗାଇ ରଖିବା ଦ୍ୱାରା ସତେଜ ଅନୁଭବ ହୋଇଥାଏ l କଦଳୀ ଚୋପାକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ କିଛି ମାତ୍ରାରେ ମହୁ ମିଶାଇ ମୁଖ ମଣ୍ଡଳରେ ଲେପ ଦେବା ଦ୍ୱାରା ସମସ୍ତ କଳା ଦାଗ ଦୁରେଇ ଯାଇଥାଏ l

* କେଶ ପାଇଁ ଉପଯୋଗୀ –

କଦଳୀ ଚୋପା କେଶ ପାଇଁ ମଧ୍ୟ ଉପଯୋଗୀ l କଦଳୀ ଚୋପାକୁ ଗ୍ରାଇଣ୍ଡିଙ୍ଗ କରି ଶୁଷ୍କ କେଶ ପାଇଁ ସେଥିରେ କିଛି ପରିମାଣରେ ନଡ଼ିଆ ତେଲ ମିଶାନ୍ତୁ ଓ ତେଲିଆ କେଶ ପାଇଁ ଏଲୋବେରା ମିଶାନ୍ତୁ ,ଏହି ଲେପକୁ କେଶର ମୂଳରେ ଲଗାଇ ୧୫ ମିନିଟ ପରେ ଧୋଇ ଦିଅନ୍ତୁ l

* ଦାନ୍ତ ପାଇଁ ଅତ୍ୟନ୍ତ ଉପଯୋଗୀ –

୨୦୧୫ ହୋଇଥିବା ଗବେଷଣାରୁ ଜଣା ପଡିଛି ଯେ କଦଳୀ ଚୋପାରେ ଥିବା ପୋଷାକ ତତ୍ୱ ଦାନ୍ତକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ l କଦଳୀ ଚୋପାକୁ ଲବଙ୍ଗ ତେଲରେ ଦେଇ ଦାନ୍ତ ମୂଳରେ ଦେବା ଦ୍ୱାରା ଦାନ୍ତ ବିଭିନ୍ନ ପ୍ରକାରର ଜୀବାଣୁରୁ ରକ୍ଷା ପାଇଥାଏ l ତା ସହିତ ପାଚିଲା କଦଳୀ ଚୋପାକୁ ଦାନ୍ତ ମୂଳରେ ଘଷିବା ଦ୍ୱାରା ଦାନ୍ତର ହଳଦିଆ ପଣ ଦୂର ହୁଏ l

* ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପଯୋଗୀ –

କଦଳୀ ଚୋପାରେ ଆଇରନ ସହିତ ମାଗ୍ନେଶୀୟମ ମଧ୍ୟ ରହୁଛି ଯାହା ବିଭିନ୍ନ ପ୍ରକାରର ରୋଗ ପାଇଁ ହିତକର l ରକ୍ତ ହୀନ ବ୍ୟକ୍ତିମାନେ କଦଳୀ ଚୋପାକୁ ପେଷି ଦହି ସହିତ ଖାଇବା ଦ୍ୱାରା ଶରୀରକୁ ଆଇରନ ମିଳିଥାଏ l ତା ସହିତ ଉଚ ରକ୍ତଚାପ ରୋଗୀ ମାନଙ୍କ ପାଇଁ କଦଳୀ ଚୋପା ଅତ୍ୟନ୍ତ ହିତକର ଅଟେ l

Comments are closed.