ବଣାଇ: ନିଜ ସର୍ଭିସ୍ ରିଭରଭଲ୍ରୁ ଗୁଳି କରି ବିଧାୟକଙ୍କ PSO ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ PSO ଡମ୍ବରୁ ସାହୁ ନିଜ ସର୍ଭିସ୍ ରିଭରଭଲ୍ରୁ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, କୁର୍ଡା ବାସଭବନରେ ସେ ନିଜ ଉପରେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।
ତେବେ କେଉଁ କାରଣ ପାଇଁ ସେ ନିଜ ସର୍ଭିସ୍ ରିଭରଭଲ୍ରୁ ଗୁଳି ଚଳାଇ ଏଭଳି ପଦକ୍ଷେପ ଗ୍ରହଣ କଲେ ସେ ସମ୍ପର୍କରେ ଜଣାପଡ଼ିନାହିଁ। PSO ଡମ୍ବରୁ ସାହୁଙ୍କ ମୃତ୍ୟୁ ନେଇ ବଣାଇ ଆଇଆଇସି ସୂଚନା ଦେଇଛନ୍ତି।