ବାଲିପାଟଣା, ୧୨/୦୯ :ଫନୀ ବାତ୍ୟାକୁ ବର୍ଷେ ପୁରିଲାଣି ଏବେବି ମାର୍ଥାପୁର ଗ୍ରାମପଚାଂୟତ ବାସୀଙ୍କୁ ସହାୟତା ରାଶି ମିଳିନାହିଁ । ସେମାନେ ଏବେ ଆଶାରଖିଛନ୍ତି ଆମକୁ ସହାୟତା ରାଶି ମିଳିବ । ସେମାନଙ୍କର ଆଶା କରିବାବି ଠିକ୍ କାରଣ ସେମାନେ ନିର୍ଦ୍ଧିଷ୍ଟ ଏକ ଆର.ଆଇକୁ କିଛି ଉକୋôଚ ଦେଇଛନ୍ତି ।

ଟଙ୍କା ନେଇ ସମ୍ପୃକ୍ତ ଆର.ଆଇ ଏବଂ ଏଥିରେ ମଧ୍ୟସ୍ଥତା କରୁଥିବା କିଛି ବ୍ୟକ୍ତି ମାଲାମାଲ । ଏ କଥା ଚଳିତ ବନ୍ୟାପରେ ପଦାକୁ ଆସିଛି । ୧୦/୧୫ ଜଣଙ୍କର ଫାଇଲ ତହସିଲଦାରଙ୍କ ପାଖକୁ ଯାଇଛି । ସେମାନଙ୍କ ଘରଭଙ୍ଗା ସାହାର୍ଯ୍ୟ ମିଳିବ ବୋଲି ଆଶା କରାଯାଉଛି । କିନ୍ତୁ ଅନ୍ୟମାନେ ନିରାଶ ହେବେ । ମାର୍ଥାପୁର ଗ୍ରାମପଚାଂୟତର ୫ ହଜାରରୁ ଉର୍ଦ୍ଧ ଲୋକ ବତ୍ୟା , ଫନୀରେ କ୍ଷତିଗ୍ରସ୍ତ ହୋଇଥିଲେ । ସରକାର ୧୪୮ ଜଣଙ୍କୁ ୯୫୧୦୦ ଓ ୧୫୫୦ ଜଣଙ୍କୁ ୭୩୦୦, ୫୨୦୦, ୩୨୦୦ ଓ ୨୧୦୦ ଟଙ୍କା ମିଳିଛି । ବାକି କିଛି ଦିନହିନ ଲୋକେ ଜରିତଳେ ଜୀବନ ବିତାଉଛନ୍ତି । ଏହାର ସୁଯୋଗ ନେଇ ଦଲାଲ୍ ଓ ରାଜସ୍ୱ ନିରୀକ୍ଷକ ସେମାନଙ୍କଠାରୁ ୯୫୧୦୦ କରାଇ ଦେବାକୁ ଏହି ଟଙ୍କା ଉଠାଇଥିବା ପଚାଂୟତ ବାସୀ କୁହନ୍ତି ।

୧୪୮ ଜଣଙ୍କ ମଧ୍ୟରୁ ଅନେକ ଚାକିରିଆ ଓ ଦୁଇମହଲା ଘରଥିବା ବ୍ୟକ୍ତି ମଧ୍ୟ ୯୫୧୦୦ ପାଇଛନ୍ତି । ଏହାକୁ ବିରୋଧ କରି ପଚାଂୟତ ବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ୫ଟି ସଚିବ, ମାନ୍ୟବର ଏସ.ଆର.ସି, ଜିଲ୍ଲପାଳ, ଉପ-ଜିଲ୍ଲାପାଳ, ମାନ୍ୟବର ବିଧାୟକଙ୍କ ଦ୍ୱାରସ୍ତ ହେବା ସହିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ।

ତୁରନ୍ତ ଅଯୋଗ୍ୟ ହୀତାଧିକାରୀ ଓ ଦୁର୍ନୀତିଗ୍ରସ୍ତ ରାଜସ୍ୱ ନୀରିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନବାକୁ ଦାବି ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ତହସିଲଦାର ସୁନିତା ଜେନାଙ୍କୁ ଯୋଗା ଯୋଗ କରିବାରୁ ସେ କୁହନ୍ତି – ବର୍ଷକର ପୂରୁଣା କଥା, ଆଜି ପର୍ଯ୍ୟନ୍ତ କାହିଁକି ଅଭିଯୋଗ କରିନଥିଲେ । ଯଦି ସରକାର ଚାହିଁବେ ତଦନ୍ତ କରିପାରନ୍ତି । ଯାହା ଟଙ୍କା ବଳିଛି ବାକି ହିତାଧିକାରୀଙ୍କୁ ପ୍ରଦାନ କରାଗଲେ ଭଲ ହୁଅନ୍ତା, ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ତଦନ୍ତ କରାଯାଇଛି । ତଦନ୍ତ ପରେ ଉପଯୁକ୍ତ ହିତାଧିକାରୀଙ୍କୁ କ୍ଷତି ପୂରଣ ମିଳିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here