Odisha news

ବସ୍ ଧକ୍କାରେ ଦୁଇ  ଗୁରୁତର

0
ବାଲିପାଟଣା ୧୪/୦୮:  ବନମାଳୀପୁର ରୁ ପୁରୀ ଯାଉଥିବା  ବସ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି ।ଦୁର୍ଘଟଣା ଘଟାଇଥିବା  ଘରୋଇ ପୁରୀ ବସକୁ ବାଲିପାଟଣା ପୋଲିସ୍ ଜବତ କରିଛି ।ପ୍ରାପ୍ତ ସୂଚନା ପ୍ରକାଶ ଯେ,ବାଲିପାଟଣା ଥାନା ଅନ୍ତର୍ଗତ ମଝିହରା ଗ୍ରାମର ମଥୁରି ଦାସ (୭୨) ଓ ତାଙ୍କର ସାଥି ଘନଶ୍ୟାମ ଭୋଇ (୮୨)ଗତକାଲି ରାତ୍ରି ପ୍ରାୟ ଦଶଟା ସମୟରେ ନିଜର ଦୁଇଚକିଆ ଗାଡ଼ିରେ ବନମାଲିପୁରରୁ ଘରକୁ ଫେରୁଥିଲେ।  ଧାନହରା ବଜାର ପୂର୍ବରୁ ପୁରୀରୁ ବନମାଳୀପୁରକୁ ଆସୁଥିବା ବସ ନଂ ଓ ଆର୍ ୧୩ ଏଚ ୦୬୫୫ ଗାଡିଟି ଦ୍ରୁତ ଗତିରେ ଆସି ଏକ ଅଟୋକୁ ସାଇଟ ମାରିବା ସହ ବାଇକକୁ ଧକ୍କା ମାରିଥିଲା।ବସ ଧକ୍କାରେ ଦୁଇ ଆରୋହୀ ଗୁରୁତର ଆହତ ହୋଇଥିଲେ।ଖବର ପାଇ  ବାଲିପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରି ଥାନାକୁ ଆଣିବା ସହ ଗୁରୁତର ମଥୁରା ଦାସ ଓ ଘନଶ୍ୟାମଙ୍କୁ ସ୍ଥାନୀୟ ଲୋକେ  ନିକଟସ୍ଥ ବାଲିପାଟଣା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ।  ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଥିଲେ। ପରୀକ୍ଷା ନିରୀକ୍ଷା ପରେ ମଥୁରା ଦାସଙ୍କ ବାମ ହାତ ଗୁରୁତର ଆଘାତ ଲାଗିଥିବାରୁ  ପ୍ରାଥମିକ ଚିକିତ୍ସା ଓ ହାତ ପ୍ଲାଷ୍ଟର କରଯାଇଥିଲା। ଘନଶ୍ୟାମଙ୍କ ମୁଣ୍ଡ ମାଡହୋଇ  ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠାଇ ଦିଆଯାଇଛି।।ସେଠାରେ ଏବେବି ତାଙ୍କର ଅବସ୍ଥା ଗୁରୁତର ରହିଛି ବୋଲି ଜଣାଯାଇଛି।
Govt
Leave A Reply