Odisha news

ବେପାରୀ ସହ ୧୯୦ ବୋତଲ ଦେଶୀ ମଦ ଜବତ।                                 

0

ବାଲିପାଟଣା ୧୪/୦୮: ଗତ କାଲି ବିଳମ୍ୱିତ ରାତିରେ ବେଆଇନ୍‌ ଦେଶୀ ମଦ  ବେପାର କରୁଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପାଖରୁ ୧୯୦ ବୋତଲ ଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି। ବେପାରି ଜଣଙ୍କ ବାଲିପାଟଣା ଥାନା ଅନ୍ତର୍ଗତ ପୁରୋହିତପୁର ଗ୍ରାମର ସୋମନାଥ ବେହେରା(୩୫) । ଅଭିଯୁକ୍ତ  ବଜାରରେ ଚୋରା ଦେଶୀ ମଦ କାରବାର କରୁଥିବା ଖବର ମିଳିବା ପରେ ଥାନା ପକ୍ଷରୁ ଗତ କାଲି ରାତିରେ ଚଢାଉ କରାଯାଇ ତା ପାଖରୁ ୩୮ ଲିଟର୍ (୧୯୦ ବୋତଲ ) ଦେଶୀ ମଦ (ଆସ୍କା ଫର୍ଟି) ଜବତ କରାଯାଇଥିଲା । ଅଭିଯୁକ୍ତ ସୋମନାଥ ନାମରେ କେଶ୍ ନମ୍ବର ୨୭୮/୨୩ ମାମଲା ରୁଜୁ କରାଯାଇ ଆଜି  କୋର୍ଟ ଚାଲାଣ କରାଯାଇଥିବା ବାଲିପାଟଣା ଥାନା ପକ୍ଷରୁ   ସୂଚନା ମିଳିଛି ।

Govt
Leave A Reply