Odisha news

କ.ନୂଆଗାଁ କ୍ରିକେଟ ପ୍ରିମିୟର୍ ଲିଗ୍ ଉଦଯାପିତ

0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଗହିଙ୍ଗିଆ ଖେଳ ପଡିଆ ଠାରେ ତିନି ଦିନିଆ ଆଠ ଓଭର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାରିଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳରୁ ଆଠ ଜଣ ଲେଖାଏଁ ନିଷ୍ପତ୍ତି ହୋଇଥିଲା। ଫାଇନାଲ ମ୍ୟାଚ ରେ ଏଇଟ କୋମାଣ୍ଡୋ ଓ କେପ୍ କୋବ୍ରା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଟସ୍ ଜିତି କେପ୍ କୋବ୍ରା ଆଠ ଓଭର ରେ ୫୨ ରନ ସଂଗ୍ରହ କରିଥିଲା।ଏଇଟ୍ କୋମାଣ୍ଡୋ ଆଠ ଓଭର ରେ ୩୭ ରନ କରିବାରୁ ୧୫ ରନ୍ ରେ ପରାଜିତ ହୋଇଥିଲା।ଏଥିରେ ମୂଖ୍ୟ ଅତିଥି ଭାବେ ବଡ଼ ଖବର ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡା,  ସମ୍ମାନୀତ ଅତିଥି ଭାବେ ଚନ୍ଦନ ସାହୁ,ବାବୁ ମଲିକ, ଅରବିନ୍ଦ ସାହାଣି ଓ ଗୋପାଳ ନାୟକ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ୫୦୦୦ ଟଙ୍କା ସହ ସିଲ ଓ ରନର୍ସ ଦଳକୁ ୩୦୦୦ ଟଙ୍କା ଓ ସିଲ୍ ପ୍ରଦାନ କରିଥିଲେ।ଏହି ମ୍ୟାଚକୁ  ରାକେଶ କୁମାର ଜେନା ଆୟୋଜନ କରିଥିବା ବେଳେ ଲକ୍ଷ୍ମଣ କୁମାର ଅମାୟତ ଓ ରାଜେଶ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

Ad2
Leave A Reply