Odisha news

ହେଲମେଟ ଓ ଗୋଲାପ ଫୁଲ ଦେଇ ସଚେତନତା : ଦାରିଙ୍ଗବାଡି ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ପଦଯାତ୍ରା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ହୁହୁ ହୋଇ ବଢ଼ୁଥିବା ସଡ଼କ ଦୁର୍ଘଟଣା କୁ ରୋକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି କନ୍ଧମାଳ ପୋଲିସ , ଏହାକୁ ଭିତ୍ତି କରି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ପୋଲିସ ପକ୍ଷରୁ ମଧ୍ୟ ଏକ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜନ କରା ଯାଇଥିଲା। ଏହି ଶୋଭାଯାତ୍ରା  ପୋଲିସ ଷ୍ଟେସନରୁ ବାହାରି ସମଗ୍ର ଦାରିଙ୍ଗବାଡି  ବଜାର ପରିକ୍ରମା କରିଥିଲେ। ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ସେକେଣ୍ଡ ଅଫିସର ସୌମ୍ୟକାନ୍ତ ପଣ୍ଡା ଓ ଏସଆଇ ସୌମ୍ୟରଞ୍ଜନ ଜେନା, ଏଏସଆଇ ଉମାଚରଣ ପ୍ରଧାନଙ୍କ ସମେତ ବହୁ ପୋଲିସ କର୍ମଚାରୀ ହାତରେ ପ୍ଲାଗ କାର୍ଡ଼ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପୋଲିସ ଲୋକଙ୍କୁ ଚକଲେଟ ଦେଇ ସଚେତନତା, ପୋଷ୍ଟର  ଜରିଆରେ ଆପ୍ୟାୟିତ କରିଥିଲେ ଏବଂ ପ୍ରଚାର ରଥରେ ସୁରକ୍ଷିତ ଭାବେ କିପରି ଗାଡି ଚାଳନା କରାଯିବ ସେ ସମ୍ପର୍କରେ ପ୍ରଚାର କରିଥିଲେ। ଏସ ଆଇ ସୌମ୍ୟକାନ୍ତ ପଣ୍ଡା ବିନା ହେଲମେଟରେ ଥିବା ବାଇକ ଚାଳକଙ୍କୁ ଗୋଟିଏ ଗୋଟିଏ ହେଲମେଟ ଓ ଗୋଲାପ ଫୁଲ ଦେଇ ସଚେତନ କରିଥିଲେ।

Comments are closed.